35.1 C
Bhubaneswar
Sunday, May 19, 2024
Homeଆଇପିଏଲ୍ -2022ଆଇପିଏଲରେ ପଶିଲା କରୋନା, ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ କରୋନା ପଜିଟିଭ ଚିହ୍ନଟ

ଆଇପିଏଲରେ ପଶିଲା କରୋନା, ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ କରୋନା ପଜିଟିଭ ଚିହ୍ନଟ

ମୁମ୍ବାଇ : ବିସିସିଆଇ ପକ୍ଷରୁ ବ୍ୟାପକ ସତର୍କତା ସତ୍ତ୍ୱେ ଆଇପିଏଲରେ କରୋନା ଭୁତାଣୁ ଅନୁପ୍ରବେଶ କରିବାରେ ସଫଳ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପାଟ୍ରିକ ଫରହାର୍ଡ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଦିଲ୍ଲୀ ଦଳର ଏକ ମେଡିକାଲ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ବୋଲି ଆଇପିଏଲ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷର ଆଇପିଏଲରେ ଏହା ପ୍ରଥମ କରୋନା ସଂକ୍ରମଣ ବୋଲି କୁହାଯାଉଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଖେଳାଳୀ ଓ କର୍ମଚାରୀଙ୍କ ପରୀକ୍ଷା କରାଯାଉଛି । ତେବେ କେତେ ଜଣଙ୍କୁ ଏକାନ୍ତବାସରେ ରଖାଯାଇଛି ସେ ସମ୍ପର୍କରେ ଆଇପିଏଲ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ସୂଚନାଯୋଗ୍ୟ, ଗତବର୍ଷ କରୋନା ସଂକ୍ରମଣ କାରଣରୁ ଆଇପିଏଲକୁ ଅଧାରୁ ସ୍ଥଗିତ ରଖିବାକୁ ପଡିଥିଲା । କେତେକ ଖେଳାଳୀ ଓ କର୍ମଚାରୀ ସଂକ୍ରମିତ ହେବା ପରେ ଆଇପିଏଲକୁ ସ୍ଥଗିତ ରଖାଯାଇଥିଲା । ପରେ ଅବଶିଷ୍ଟ ଆଇପିଏଲ ମ୍ୟାଚଗୁଡିକୁ ୟୁଏଇରେ ଆୟୋଜନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking