28.9 C
Bhubaneswar
Sunday, May 5, 2024
Homeଅପରାଧଦୀର୍ଘ ବର୍ଷ ଧରି ଝିଅକୁ ବଳାତ୍କାର କରି ଚାଲିଥିଲା ବାପା, ଶେଷରେ ଝିଅ କଲା ଏଭଳି…

ଦୀର୍ଘ ବର୍ଷ ଧରି ଝିଅକୁ ବଳାତ୍କାର କରି ଚାଲିଥିଲା ବାପା, ଶେଷରେ ଝିଅ କଲା ଏଭଳି…

ଶ୍ରୀନଗର: ଝିଅଟିଏ ନିଜ ପାଇଁ ସବୁଠାରୁ ସୁରକ୍ଷିତ  ସ୍ଥାନ ନିଜ ଘରକୁ ଏବଂ ସୁରକ୍ଷା ଦେଉଥିବା ଲୋକଙ୍କ ଭିତରେ ନିଜ ବାପା-ମାଙ୍କୁ ହିଁ ଦେଖିଥାଏ। କିନ୍ତୁ ରକ୍ଷକ ଯଦି ଭକ୍ଷକ ହୋଇଯାଏ ତା ହେଲେ ଦୁନିଆରେ ଆଉ କେହି ସୁରକ୍ଷା ଦେବା ସମ୍ଭବ ନୁହେଁ। ଏଭଳି ଏକ ଘଟଣା ଘଟିଛି ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ। ଏଠାରେ ଘଟିଛି ଏକ ଲଜ୍ଜା ଜନକ ଘଟଣା, ଯାହାକି ବାପା-ଝିଅର ପବିତ୍ର ସମ୍ପର୍କକୁ ନେଇ ସୃଷ୍ଟି କରିଛି ପ୍ରଶ୍ନବାଚୀ। ବର୍ଷ ବର୍ଷ ଧରି ଜଣେ ବାପା ତା’ର ଝିଅକୁ ବଳାତ୍କାର କରିଚାଲିଥିଲା, ଯାହାକୁ ସହି ନପାରି ଝିଅଜଣକ ଆତ୍ମହତ୍ୟା କରିଛି ଆଜି। ପୋଲିସର କହିବା ଅନୁସାରେ ବିଷ ଖାଇବା ପରେ ଝିଅଟିକୁ ହସ୍ପିଟାଲ ଅଣାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିସାରିଛି ଓ ମେଡିକାଲ ଏବଂ ଅନ୍ୟ ସମସ୍ତ ପ୍ରକାର ଔପଚାରିକ କାର୍ଯ୍ୟ ପାଇଁ ଝିଅଟିର ମୃତଦେହକୁ ନିଜ କଷ୍ଟଡିରେ ନେଇଛି।

ପୀଡିତାଙ୍କ ଭଉଣୀଙ୍କ ଅଭିଯୋଗ ଅନୁସାରେ ତାଙ୍କର ଦାଦା ମଧ୍ୟ ନିଜ ଝିଅ ସହିତ ଏଭଳି ବଳାତ୍କାର କରୁଥିଲେ। ଯେତେବେଳେ ତାଙ୍କ ବାପାକୁ ଏ ବିଷୟରେ ଜଣାପଡିଥିଲା ସେ ମଧ୍ୟ ନିଜର ଝିଅ ସହିତ ଏଭଳି କରିବା ଆରମ୍ଭ କରିଦେଇଥିଲା। ମୃତ ଝିଅଟିର ଭଉଣୀର କହିବା ଅନୁସାରେ, ବହୁ ବର୍ଷ ହେବ ଭଉଣୀଙ୍କୁ ତାଙ୍କ ବାପା ବଳାତ୍କାର କରିଆସୁଥିଲେ। କାହାକୁ କହିଲେ ଜୀବନରେ ମାରିଦେବାକୁ ଭୟ ଦେଖାଇ ଏଭଳି କରୁଥିଲା ଏପରିକି ସେ କହିଛନ୍ତି ତାଙ୍କୁ ମଧ୍ୟ ବଳାତ୍କାର କରିବାକୁ ଚେଷ୍ଟା କରାଯାଇଛି। ଏହି ବିଷୟରେ ସେ ଯେତେବେଳେ ତାଙ୍କ ଜେଜେ ବାପାଙ୍କୁ କହିଥିଲେ। ସେ ତାଙ୍କୁ ସମର୍ଥନ ନକରି କଥାକୁ ଲୁଚାଇ ଦେବାକୁ କହିଥିଲେ, ବାହାରେ କହିଲେ ତାଙ୍କ ପରିବାରର ସମ୍ମାନ ପଳାଇବ ବୋଲି କହି ତାଙ୍କୁ ବୁଝାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking