40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରି ପାରନ୍ତି ବିରୋଧୀ

ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରି ପାରନ୍ତି ବିରୋଧୀ

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ମାନେ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ ଭାବେ ଚୟନ କରି ପ।ରନ୍ତି । ଏନେଇ ନାମ ଘୋଷଣା ଖୁବଶୀଘ୍ର କରାଯିବ । ସୂଚନା ଅନୁଯାୟୀ, ଆଜି ଏନସିପି ପ୍ରମୁଖ ଶରଦ ପାୱାର ଙ୍କ ଦିଲ୍ଲୀ ସ୍ଥିତ ଘରେ ବିପକ୍ଷ ଦଳ ମାନଙ୍କର ବୈଠକରେ ଯଶବନ୍ତ ସିହ୍ନାଙ୍କ ନାମରେ ମୋହର ବାଜିଛି । ଅଟଳବିହାରୀ ବାଜପେୟୀଙ୍କ ଏନଡିଏ ସରକାରରେ ଯଶବନ୍ତ ସିହ୍ନା କେନ୍ଦ୍ରୀୟ ବିତ୍ତ ମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ୨୦୨୧ ରେ ତୃଣମୂଳ କଂଗ୍ରେସେରେ ଯୋଗ ଦେବା ପୂର୍ବରୁ ୨୦୧୮ ରେ ବିଜେପି ଛାଡିଥିଲେ ଯଶବନ୍ତ ସିହ୍ନା । ଗତବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ତାଙ୍କୁ ରାଷ୍ଟ୍ରୀୟ ଉପାଧକ୍ଷ ଭାବେ ନିଯୁକ୍ତ କରିଥିଲା ।ତେବେ ଯଶବନ୍ତ ସିହ୍ନା ଟ୍ୱିଟ କରି କହିଛନ୍ତି କି , ଟିଏମସିରେ ଯୋଗ ଦେବା ପରେ ମୋତେ ମିଳିଥିବା ସମ୍ମାନ ଏବଂ ପ୍ରତିଷ୍ଠା ପାଇଁ ମମତା ଜୀ ଙ୍କୁ କୃତଜ୍ଞତା ଜଣାଉଛି । ଏବେ ସମୟ ଆସିଛି ରାଷ୍ଟ୍ରିୟ ଉଦ୍ଦେଶ୍ୟ ପାଇଁ ପାର୍ଟିରୁ ବିରତ ହୋଇ ବିପକ୍ଷ ଏକତା ପାଇଁ କାମ କରିବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking