30.1 C
Bhubaneswar
Friday, April 26, 2024
Homeଅପରାଧ୧୮ ବର୍ଷ ପରେ ଖୋଲିଲା ହତ୍ୟା ରହସ୍ୟ

୧୮ ବର୍ଷ ପରେ ଖୋଲିଲା ହତ୍ୟା ରହସ୍ୟ

ହାଇଦ୍ରାବାଦ: ଦୀର୍ଘ ୧୮ ବର୍ଷ ତଳେ ଜଣେ ମା’ ନିଜର ପୁଅକୁ ହତ୍ୟା କରିଥିଲେ। କିନ୍ତୁ ଆଇନର ନଜରରୁ ବର୍ତ୍ତି ଯାଇଥିଲେ। କିନ୍ତୁ କଥାରେ ଅଛି ସତ କେବେ ଲୁଚି ରହେନା। ଦୀର୍ଘ ବର୍ଷ ପରେ ଏହି ହତ୍ୟା ମାମଲାର ପର୍ଦଫାଶ ହୋଇଛି।  ପୋଲିସ ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ଦୁଇ ଭିଣୋଇ ଏବଂ ଜଣେ ସମ୍ପର୍କୀୟ ରହିଛନ୍ତି। ସେହିପରି ହତ୍ୟାକାଣ୍ଡର ଷଡଯନ୍ତ୍ର ରଚିଥିବା ଜନ୍ମିତ ମା’କୁ ପୋଲିସ ଗିରଫ କରିପାରି ନାହିଁ ସେ ଏବେ ଫେରାର ଅଛନ୍ତି। ଏହି ଘଟଣାଟି ହାଇଦ୍ରାବାଦର ହୋଇଥିବା ବେଳେ ଗିରଫ ଅଭିଯୁକ୍ତମାନେ ହେଲେ ସୟୈଦ ହଶମ, ମହମ୍ମଦ ରଶିଦ ଓ ବଶିର ଅହମ୍ମଦ।

ହାଇଦ୍ରାବାଦ ପୁଲିସ୍‌ କମିଶନର ଅଞ୍ଜନି କୁମାର କହିଛନ୍ତି, ‘ପୁଲିସ୍‌ର ବିଭିନ୍ନ ଟିମ୍‌ ଦୀର୍ଘ ୧୮ ବର୍ଷ ତଳେ ଘଟିଥିବା ହତ୍ୟାକାଣ୍ଡର ରହସ୍ୟର ପର୍ଦାଫାଶ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାସୁଦା ବି ନାମକ ଜଣେ ମହିଳା ତାଙ୍କର ସ୍ବାମୀଙ୍କ ମୃତ୍ୟୁ ପରେ ୩ ପୁଅ ଏବଂ ୫ ଝିଅଙ୍କ ସହ ହାଇଦ୍ରାବାଦରେ ରହୁଥିଲେ। ସବୁ ପିଲାଙ୍କର ବାହାର ହୋଇଯାଇଥିଲା। କିନ୍ତୁ ଦ୍ବିତୀୟ ପୁଅ ମହମ୍ମଦର ହୋଇନଥିଲା। ସେ ଖରାପ ଅଭ୍ୟାସରେ ପଡି ନିଶା ଓ ଜୁଆରେ ମାତି ଥିବାରୁ ଘରେ ଅଶାନ୍ତି ସୃଷ୍ଟି ହୋଇଥିଲା। ଖାଜା କିଛି କାମ କରୁନଥିବାରୁ ପରିବାର ଲୋକଙ୍କୁ ଡରାଇ ଧମକାଇ ଟଙ୍କା ନେଉଥିଲା। ଯେତେବେଳେ ସେ ନିଶା ପାଇଁ ତା’ର ମା ଉପରେ ହାତ ଉଠାଇବା ଆରମ୍ଭ କରିଥିଲା ଓ ଘରର ଦାମୀ ଜିନିଷ ବିକ୍ରି କରିଥିଲା ପରିବାର ଲୋକ ରାଗି ଯାଇଥିଲେ।

ମାସୁଦା ବି ତାଙ୍କର ଦୁଇ ଜ୍ବାଇଁ ରଶିଦ ଓ ବଶିରଙ୍କ ସହ ମିଶି ପୁଅକୁ ହତ୍ୟା କରିବାର ଷଡଯନ୍ତ୍ର କରିଥିଲେ। ଏଥିରେ ପରିବାରର ଆଉ ଜଣେ ସମ୍ପର୍କିୀୟ ଓ ଅଟୋ ଡ୍ରାଇଭର ହଶମ ମଧ୍ୟ ସହଯୋଗ କରିଥିଲେ। ପୋଲିସର ସୂଚନା ଅନୁସାରେ ସମସ୍ତ ଅଭିଯୁକ୍ତ ନିଜର ଦୋଷ ମାନିନେଇଛନ୍ତି।  ୪ ଜୁନ୍ ୨୦୦୧ରେ ସମସ୍ତେ ମିଶିକି ଖାଜାକୁ ତାଡି ପିଆଇବା ପରେ ମାସୁଦାଙ୍କୁ ଛାଡିକି ଅନ୍ୟ ୩ ଜଣ ରଶିଦ, ବଶିର ଓ ହଶମ ଏକ ପଥରରେ ଖାଜାଙ୍କ ମୁଣ୍ଡକୁ ଛେଚି ତାଙ୍କୁ ହତ୍ୟା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking