26.1 C
Bhubaneswar
Wednesday, May 8, 2024
Homeଅପରାଧମହଙ୍ଗା ପଡ଼ିଲା ୭୦ ବର୍ଷରେ ବିବାହ ସ୍ୱପ୍ନ

ମହଙ୍ଗା ପଡ଼ିଲା ୭୦ ବର୍ଷରେ ବିବାହ ସ୍ୱପ୍ନ

ଲକ୍ଷ୍ନୌ: ଲକ୍ଷ୍ନୌରେ ଜଣେ ହାର୍ଟ ଡାକ୍ତରଙ୍କୁ ଦ୍ୱିତୀୟ ବିବାହ କରିବା ସ୍ୱପ୍ନ ମହଙ୍ଗା ପଡ଼ିଛି । ବିବାହ ତ’ କରିପାରିଲେନି ତା’ ଉପରେ ପୁଣି ହରାଇବାକୁ ପଡ଼ିଲା ମୋଟା ଅଙ୍କର ଟଙ୍କା । ଲକ୍ଷେ କି’ ଦୁଇ ଲକ୍ଷ ନୁହେଁ ପୂରା ୧ କୋଟି ୮୦ ଲକ୍ଷ । ପ୍ରକୃତରେ ଡାକ୍ତରଙ୍କ ଯେଉଁ ମହିଳାଙ୍କ ସହ ବିବାହ ଠିକ୍ ହୋଇଥିଲା ସେ ତାଙ୍କ ଠାରୁ ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି ।

ସୂଚନା ଅନୂଯାୟୀ, ଲକ୍ଷ୍ନୌର ଜଣେ ୭୦ ବର୍ଷୀୟ ହୃଦରୋଗ ବିଶେଷଜ୍ଞ ଡାକ୍ତର ମୁରାଦାବାଦର ଏକ ବଡ଼ ହସ୍ପିଟାଲରେ ନିୟୋଜିତ ଅଛନ୍ତି । ତିନି ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ପତ୍ନୀଙ୍କ ମୃତ୍ୟୁ ପରେ ଡାକ୍ତର ନିଜକୁ ଏକୁଟିଆ ଅନୁଭବ କରିଥିଲେ । ଏଥିପାଇଁ ସେ ଦ୍ୱିତୀୟ ବିବାହ କରିବାକୁ ଚାହିଥିଲେ । ଆଉ ଡାକ୍ତର ଜଣକ ଜାନୁଆରୀରେ ବିବାହ ପାଇଁ ପେପରରେ ବିଜ୍ଞପନ ଦେଇଥିଲେ ।

ପୀଡ଼ିତ ଡାକ୍ତର ଅଭିଯୋଗରେ କହିଛନ୍ତି ଯେ ବିବାହ ପାଇଁ ବିଜ୍ଞାପନ ଦେବା ପରେ ତାଙ୍କୁ ଅନେକ ପ୍ରସ୍ତାବ ଆସିଥିଲା । କିନ୍ତୁ ସେ ୪୦ ବର୍ଷୀୟ କୃଶା ଶର୍ମାଙ୍କୁ ପସନ୍ଦ କରିଥିଲେ । କଲ୍ ଏବଂ ହ୍ୱାଟ୍ସଆପ୍ ରେ ଉଭୟଙ୍କ କଥାବାର୍ତ୍ତା ବଢ଼ିଥିଲା । କୃଶା ନିଜକୁ ମରୀନ୍ ଇଞ୍ଜିନିୟର ବୋଲି କହିବା ସହ ପୂର୍ବ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିବା କଥା କହିଥିଲେ ଏବଂ ସେ ଆମେରିକାର ଫ୍ଲୋରିଡାରେ ରହୁଥିବା ନେଇ କହିଥିଲେ ।

କୃଶା ଡାକ୍ତରଙ୍କୁ କହିଥିଲେ ଯେ ସେ ବର୍ତ୍ତମାନ ଆମେରିକାରେ ଏକ ବଡ଼ କାର୍ଗୋ ସିପ୍ ରେ ଇଞ୍ଜିନିୟର ଭାବରେ ଅଛନ୍ତି । ପ୍ରାୟ ଦେଢ଼ ମାସ ପରେ ମୁମ୍ବାଇ ଯିବେ ଏହାପରେ ଲକ୍ଷ୍ନୌ ପହଞ୍ଚିବେ । କୃଶା ଡାକ୍ତରଙ୍କୁ କହିଥିଲେ ଯେ ସେ ଚାକିରି ଛାଡ଼ି ବିଜନେସ କରିବାକୁ ଚାହୁଛନ୍ତି । ସେ ଡାକ୍ତରଙ୍କୁ  କହିଥିଲେ ଯେ ଜବ୍ ସମୟରେ ଅନେକ ସୁନା ସେ ଆଫ୍ରିକାରୁ କିଣିଛନ୍ତି । ଯାହାକୁ ସେ ଭାରତ ପଠାଇାବାକୁ ଚାହୁଛନ୍ତି । କାରଣ ନିଜ ସେ ଏତେ ସୁନା ନେବା ସୁରକ୍ଷିତ ନୁହେଁ ।

ଡାକ୍ତରଙ୍କୁ କୃଶା କହିଥିଲେ ଯେ ସେ ରୟାଲ ସିକ୍ୟୁରିଟି କମ୍ପାନୀ ଦ୍ୱାରା ସୁନା ପଠାଉଛନ୍ତି । ସେ ଡାକ୍ତରଙ୍କୁ ସୁନା ରିସିଭ କରିବାକୁ କହିଥିଲେ । କୁରିୟର କମ୍ପାନୀ ତରଫରୁ ଡାକ୍ତରଙ୍କୁ ଫୋନ୍ ଆସିଥିଲା । ସେ କଷ୍ଟମ୍ ଡ୍ୟୁଟି ଏବଂ ଅନୁମତି ଫିସ୍ ବାବଦକୁ ଡାକ୍ତରଙ୍କୁ ୧ କୋଟି ୮୦ ଲକ୍ଷ ଟଙ୍କା ମାଗିଥିଲେ । ଡାକ୍ତର ମଧ୍ୟ ତାଙ୍କୁ ଟଙ୍କା ଦେଇଦେଇଥିଲେ । ପରେ ଯେତେବେଳେ ସେ କୃଶାଙ୍କୁ ଫୋନ କରିଥିଲେ ତ’ ସେତେବେଳେ କୃଶାଙ୍କ ଫୋନ୍ ସ୍ୱିଜ୍ ଅଫ୍ ହୋଇଯାଇଥିଲା । ଯାହାପରେ ଡାକ୍ତର ଠକାମୀରେ ପଡ଼ିଥିବା ନେଇ ଜାଣିବାକୁ ପାଇଥିଲେ  । ସେ ସାଇବର କ୍ରାଇମ ଥାନା ଲକ୍ଷେ୍ନøରେ ଏଫଆଇଆର ରୁଜୁ କରାଇଛନ୍ତି । ପୋଲିସ ପୂରା ମାମଲାରେ ଯାଞ୍ଚ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking