28.1 C
Bhubaneswar
Wednesday, April 24, 2024
Homeଅପରାଧବିଚ୍ ବଜାରରେ ହାତ ଛିଞ୍ଚାଡି ପ୍ରେମିକ ସହ ଫେରାର ମାରିଲା ପତ୍ନୀ

ବିଚ୍ ବଜାରରେ ହାତ ଛିଞ୍ଚାଡି ପ୍ରେମିକ ସହ ଫେରାର ମାରିଲା ପତ୍ନୀ

ନୂଆଦିଲ୍ଲୀ: ଜଣେ ପତ୍ନୀ ବିଚ୍ ବଜାରରେ ସ୍ୱାମୀଙ୍କ ହାତ ଛିଞ୍ଚାଡି ପ୍ରେମିକ ହାତ ଧରି ଫେରାର୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଦୁହିଁଙ୍କ ବାହାଘର ମାତ୍ର ୭ ଦିନ ପୂର୍ବରୁ ହୋଇଥିଲା । ଫିଲ୍ମ ଷ୍ଟାଇଲରେ ଘଟିଥିବା ଏହି ଘଟଣା ବିହାରର ମୁଙ୍ଗେର ଅଞ୍ଚଳରେ ଘଟିଛି, ଯେଉଁଠାରେ ଜଣେ ନବବିବାହିତା ସ୍ୱାମୀଙ୍କ ହାତକୁ ଛାଡି ସ୍କର୍ପିଅରେ ଆସିଥିବା ପ୍ରେମିକ ସହ ଛୁ’ ମାରିଛି । ସ୍ୱାମୀ କିଛି ବୁଝିବା ପୂର୍ବରୁ ପତ୍ନୀ ନିଜ ପ୍ରେମିକ ସହ ଘଟଣାସ୍ଥଳରୁ ଅଦୃଶ୍ୟ ହୋଇସାରିଥିଲା ।

ସୂଚନା ଅନୁସାରେ, ୭ ଦିନ ପୂର୍ବରୁ ପୋଦାର କଲୋନୀରେ ରହୁଥିବା ବିବେକଙ୍କ ବାହାଘର ନୌୱାଗଡ଼ିର ବାସିନ୍ଦା ମୋନିଙ୍କ ସହ ହୋଇଥିଲା । ୨ ପରିବାରଙ୍କ ସହମତି ପରେ ୧୪ ଜୁନରେ ସେମାନଙ୍କ ବିବାହ ହୋଇଥିଲା ଓ ବାହାଘରର ୭ ଦିନ ପରେ ପତ୍ନୀ ବିଚ୍ ବଜାରରେ ନିଜ ସ୍ୱାମୀକୁ ଛାଡି ପ୍ରେମିକ ସହ ଫେରାର୍ ମାରିଲା । ପତ୍ନୀ ଫେରାର ହେବା ପରେ ବିବେକ ନିଜ ମା ଓ ଭଉଣୀ ସହ କୋତୱାଲି ଥାନାରେ ମାମଲା ରୁଜୁ କରିଛନ୍ତି । ବାହାଘର ପରେ ଉଭୟଙ୍କ ରିସେପ୍ସନ ୧୬ରେ ହୋଇଥିଲା । ଏହା ପରେ ୧୮ ଜୁନରେ ପତ୍ନି ନିଜ ବାପଘରକୁ ଯାଇ ୨୧ ଜୁନ ସୁଦ୍ଧା ଫେରିଆସିଥିଲେ । ମଙ୍ଗଳବାର ଦିନ ସେ ନିଜ ସ୍ୱାମୀଙ୍କୁ ଚୂଡି କିଣିବାକୁ କହିଥିଲେ, ଯାହାଫଳରେ ବିବେକ ତାଙ୍କୁ ମାର୍କେଟ ନେଇ ଯାଇଥିଲେ ।

ଅଚାନକ୍ ବଜାରରେ ପତ୍ନୀ ସ୍ୱାମୀଙ୍କ ହାତ ଛାଡ଼ି ଅନ୍ୟ ଏକ ଯୁବକଙ୍କ ହାତ ଧରିଥିଲେ ଓ ରାସ୍ତା ଉପରେ ଥିବା ସ୍କର୍ପିଓରେ ବସି ସେଠାରୁ ଚମ୍ପଟ ହୋଇଥିଲେ । ଫେରାର ମାରିବା ସମୟରେ ପତ୍ନୀ ସମସ୍ତ ଗହଣା ପିନ୍ଧିଥିବା ସ୍ୱାମୀ କହିଛନ୍ତି । ମାମଲା ପ୍ରେମ ପ୍ରସଙ୍ଗ ହୋଇଥିବା ବେଳେ ପୋଲିସ ଘଟଣାର ଛାନଭିନ୍ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking