34.1 C
Bhubaneswar
Thursday, March 28, 2024
Homeଅପରାଧସାଙ୍ଗମାନଙ୍କ ସହ ନାବାଳିକା ଗର୍ଲଫ୍ରେଣ୍ଡକୁ ଦୁଷ୍କର୍ମ କଲା ପ୍ରେମିକ, ପରେ ଭିଡ଼ିଓ ଦେଖାଇ…

ସାଙ୍ଗମାନଙ୍କ ସହ ନାବାଳିକା ଗର୍ଲଫ୍ରେଣ୍ଡକୁ ଦୁଷ୍କର୍ମ କଲା ପ୍ରେମିକ, ପରେ ଭିଡ଼ିଓ ଦେଖାଇ…

ନୂଆଦିଲ୍ଲୀ: ରାଜସ୍ଥାନର ଧୌଲପୁର ଜିଲ୍ଲାରୁ ବନ୍ଧୁତା ଓ ପ୍ରେମକୁ କଳଙ୍କିତ କରୁଥିବା ଏକ ମାମଲା ସାମ୍ନାକୁ ଆସିଛି । ସେଠାରେ ଜଣେ ଯୁବକ ନିଜ ନାବାଳିକା ପ୍ରେମିକାକୁ ଘରକୁ ଡାକି ସାଙ୍ଗମାନଙ୍କ ସହ ଗଣଦୁଷ୍ମର୍ମ କରିଥିବା ଜଣାପଡିଛି । ଏହି ସମୟରେ ଅଭିଯୁକ୍ତମାନେ ଅଶ୍ଲୀଳ ଭିଡିଓ ମଧ୍ୟ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ପୀଡିତାଙ୍କ ପ୍ରମିକଙ୍କୁ ଏକ ଲକ୍ଷ ଟଙ୍କାର ଡିମାଣ୍ଡ କରିଥିଲା । ଟଙ୍କା ନଦେଲେ ଭିଡିଓ ଭାଇରାଲ କରିବାର ଧମକ ମଧ୍ୟ ଦେଇଥିଲା ।

ଅନ୍ୟପଟେ ଏହି ଧମକପୂର୍ଣ୍ଣ ଅଡିଓକୁ କେହି ଜଣେ ଏସପି ନାରାୟଣ ଟୋଗସଙ୍କ ନିକଟକୁ ପଠାଇଥିଲେ । ଅଡିଓକୁ ନେଇ ପୀଡିତାଙ୍କ ପ୍ରେମିକଙ୍କୁ ଗିରଫ କରିଥିଲେ ଏସପି । ପଚରାଉଚରା ପରେ ଅଭିଯୁକ୍ତ କହିଥିଲା କି, ୪ ଜୁନରେ ସେ ନିଜ ପ୍ରେମିକାକୁ ଅନ୍ୟ ବନ୍ଧୁଙ୍କ ଘରକୁ ନେଇ ଯାଇଥିଲା । ସେଠାରେ ସେ ଅନ୍ୟ ୪ ଜଣ ବନ୍ଧୁ ମିଶି ଗଣଦୁଷ୍କର୍ମ କରିଥିଲେ । ଏହି ସମୟରେ ଅନ୍ୟ ବନ୍ଧୁମାନେ ଏହାର ଭିଡିଓ କରିଥିଲେ ।

ତେବେ ଅଭିଯୁକ୍ତ ବିରୋଧରେ ଗଣଦୁଷ୍କର୍ମ, ପୋକ୍ସ ଆକ୍ଟ ଓ ଅନ୍ୟ ଧାରାରେ ମାମଲା ରୁଜୁ ହୋଇଛି । ଏହା ସହ ପୋଲିସ ନାବାଳିକାଙ୍କ ଚିକିତ୍ସା କରି ତଦନ୍ତ ଆରମ୍ଭ କରିଛି । ଧରାପଡିଥିବା ୭ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ଥିବା ଜଣାପଡିଛି ।

ଧୌଲପୁର ପୋଲିସ ଅଧୀକ୍ଷକ ନାରାୟଣ ଟୋଗାସ କହିଛନ୍ତି ଯେ, ଜୁନ୍ ୧୪ ରେ ଏକ ଅଡିଓ କ୍ଲିପ୍ ମିଳିଥିଲା । ଏହା ଶୁଣିବା ପରେ ଜଣାପଡିଲା କି, ‘ଜଣେ ପୁଅ ଅନ୍ୟ ପୁଅଠାରୁ ଟଙ୍କା ମାଗୁଛି ଯେ ତୁମେ ସାଙ୍ଗମାନଙ୍କ ସହିତ ମିଶି ଜଣେ ଝିଅ ସହ ଭୁଲ କାମ କରିଛ । ତାର ଭିଡିଓ ମୋ ପାଖରେ ଅଛି । ମୋତେ ଟଙ୍କା ଦିଅ ନଚେତ୍ ମୁଁ ଏହାକୁ ଭାଇରାଲ୍ କରିଦେବି ।’ ମାମଲାକୁ ଗମ୍ଭୀରତାର ସହ ନେଇ ଏକ ଦଳ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଏହା ପରେ ପୁରା ଘଟଣାର ଚିତ୍ର ସାମ୍ନାକୁ ଆସିଲା । ଅନ୍ୟପଟେ ଅଭିଯୁକ୍ତଙ୍କ ମୋବାଇଲକୁ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking