38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଅର୍ପିତାଙ୍କ ତିନିଟି ଫାର୍ମର ନିର୍ଦ୍ଦେଶକ ପ୍ରକୃତରେ ଟ୍ୟାକ୍ସି ଡ୍ରାଇଭର୍‌

ଅର୍ପିତାଙ୍କ ତିନିଟି ଫାର୍ମର ନିର୍ଦ୍ଦେଶକ ପ୍ରକୃତରେ ଟ୍ୟାକ୍ସି ଡ୍ରାଇଭର୍‌

କୋଲ୍‌କାତା : ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଇଡି ଦ୍ୱାରା ଗିରଫ ଅର୍ପିତା ମୁଖାର୍ଜୀଙ୍କ ତିନିଟି ଫାର୍ମର କାଗଜପତ୍ରରେ ନିର୍ଦ୍ଦେଶକ ଭାବେ ଦର୍ଶାଯାଇଥିବା ଜଣେ ବ୍ୟକ୍ତି ପ୍ରକୃତପକ୍ଷେ ଜଣେ କାର୍ ଡ୍ରାଇଭର୍ ବୋଲି ଇଣ୍ଡିଆ ଟୁଡେର ଏକ ଇନ୍‌ଭେଷ୍ଟିଗେସନ୍‌ରୁ ଜଣାପଡ଼ିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ କଲ୍ୟାଣ ଧର ଏବଂ ସେ କୋଲ୍‌କାତା ସହର ନିକଟସ୍ଥ ଏକ ଛୋଟଘରେ ବସବାସ କରୁଛନ୍ତି । କଲ୍ୟାଣଙ୍କୁ ପ୍ରଥମେ ୨୦୨୧ ଜୁଲାଇ ୧ ତାରିଖରେ ବିଭିନ୍ନ ସାମଗ୍ରୀର ହୋଲ୍‌ସେଲ୍ ବ୍ୟବସାୟ କରୁଥିବା କୋଲ୍‌କାତା ଆଧାରିତ ସିମ୍ବିଓସିସ୍ ମର୍ଚ୍ଚାଣ୍ଟ୍ ପ୍ରା.ଲିଃର ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିଲା । ପୂର୍ବରୁ ଅର୍ପିସା ୨୦୧୧ ମାର୍ଚ୍ଚ ୨୧ରୁ ଏହାର ନିର୍ଦ୍ଦେଶକ ଥିଲେ । ପରେ ୨୦୧୧ ନଭେମ୍ବରରେ ଅନ୍ୟ ଏକ ଫାର୍ମ ସେଣ୍ଟ୍ରି ଇଞ୍ଜିନିୟରିଂ ପ୍ରାଇଭେଟ୍ ଲିମିଟେଡ୍‌ର ଅର୍ପିତା ନିର୍ଦ୍ଦେଶକ ହୋଇଥିଲେ । ୨୦୦୧ରେ ପ୍ରତିଷ୍ଠିତ ଏହି ଫାର୍ମରେ କଲ୍ୟାଣ ଧରଙ୍କୁ ମଧ୍ୟ ୨୦୧୮ରେ ନିର୍ଦ୍ଦେଶକ ଭାବେ ସାମିଲ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଅର୍ପିତା ଏବଂ କଲ୍ୟାଣ ଏହି ଫାର୍ମ କେବଳ ଦୁଇଜଣ ନିର୍ଦ୍ଦେଶକ ରହିଆସିଛନ୍ତି । ତୃତୀୟ ଫାର୍ମ ଅର୍ପିତା ଏଚାୟ ଏଣ୍ଟରଟେନ୍‌ମେଣ୍ଟ୍ ପ୍ରା.ଲିଃ ୨୦୧୪ ଅକ୍ଟୋବର ୨୯ ତାରିଖରେ ଗଠନ ହୋଇଥିଲା । ଅର୍ପିତା ଏହାର ନିର୍ଦ୍ଦେଶକ ଥିବାବେଳେ ଅନ୍ୟତମ ନିର୍ଦ୍ଦେଶକ ଭାବେ କଲ୍ୟାଣଙ୍କୁ ୨୦୧୮ରେ ନିଯୁକ୍ତ କରାଯାଇଥିଲା । ତେବେ ଇନ୍‌ଭେଷ୍ଟିଗେସନ୍‌ରୁ କଲ୍ୟାଣ ଧର ଜଣେ କାର୍ ଡ୍ରାଇଭର୍ ଏବଂ ତାଙ୍କ ପତ୍ନୀ ଅର୍ପିତାଙ୍କ ଭଉଣୀ ବୋଲି ଜଣାପଡ଼ିଥିଲା । ସୂଚନାଯୋଗ୍ୟ, ଶିକ୍ଷକ ନିଯୁକ୍ତି ଘୋଟାଲାରେ ଇଡି ମଧ୍ୟ କଲ୍ୟାଣଙ୍କ ଘର ଉପରେ ଚଢ଼ଉ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking