39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଡ୍ରୋନ୍ ଆକ୍ରମଣରେ ଜୱାହିରିର ମୃତ୍ୟୁ ଘଟଣା: ପ୍ରବାସୀ ନାଗରିକଙ୍କୁ ଆମେରିକାର ମାର୍ଗଦର୍ଶିକା

ଡ୍ରୋନ୍ ଆକ୍ରମଣରେ ଜୱାହିରିର ମୃତ୍ୟୁ ଘଟଣା: ପ୍ରବାସୀ ନାଗରିକଙ୍କୁ ଆମେରିକାର ମାର୍ଗଦର୍ଶିକା

ୱାଶିଂଟନ: ଚଳିତମାସ ୨ରେ ଆମେରିକାର ଡ୍ରୋନ୍ ଆକ୍ରମଣରେ କାବୁଲରେ ବାସ କରୁଥିବା ଅଲକାଏଦା ମୁଖ୍ୟ ଅଲ୍ ଜୱାହିରି ପ୍ରାଣ ହରାଇଛି । ଏହି ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ବିଦେଶରେ ବସବାସ କରୁଥିବା ପ୍ରବାସୀ ଆମେରିକୀୟଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଛି । ପ୍ରଥମେ ଓସାମା ବିନ୍ ଲାଡେନ୍ ଏବଂ ବର୍ତ୍ତମାନ ଜୱାହିରିକୁ ନିପାତ କରାଯାଇଥିବାରୁ ଆତଙ୍କବାଦୀ ସଂଗଠନଗୁଡିକ ଆମେରିକା ଉପରେ କ୍ଷୁବ୍ଧ ହୋଇପଡିଛନ୍ତି ।

ଆମେରିକାରେ କୌଣସି ଅଘଟଣ ଘଟାଇବାକୁ ସୁଯୋଗ ନପାଇ ସେମାନେ ବର୍ତ୍ତମାନ ବିଭିନ୍ନ ରାଷ୍ଟ୍ରରେ ବାସ କରୁଥିବା ଆମେରିକୀୟ ନାଗରିକଙ୍କୁ ଟାର୍ଗେଟ କରିବେ ବୋଲି ଆଶଙ୍କା କରାଯାଉଛି । ଏହି ପରିପ୍ରେକ୍ଷୀରେ ବିଦେଶରେ ରହୁଥିବା ଏବଂ ବିଦେଶ ଯାତ୍ରା କରୁଥିବା ଆମେରିକୀୟ ନାଗରିକଙ୍କୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁୁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking