32.1 C
Bhubaneswar
Saturday, May 4, 2024
Homeଓଡିଶାଦେଶର ପ୍ରଥମ ସର୍ବକନିଷ୍ଠ ଆଇପିଏସ୍ : ଏସ୍‌. ସୁଶ୍ରୀ ଟ୍ୱିନ୍‌ସିଟି ଟ୍ରାଫିକ୍ ଡ଼ିସିପି

ଦେଶର ପ୍ରଥମ ସର୍ବକନିଷ୍ଠ ଆଇପିଏସ୍ : ଏସ୍‌. ସୁଶ୍ରୀ ଟ୍ୱିନ୍‌ସିଟି ଟ୍ରାଫିକ୍ ଡ଼ିସିପି

ଭୁବନେଶ୍ୱର:  ଦେଶର ପ୍ରଥମ ସର୍ବକନିଷ୍ଠ ଆଇପିଏସ୍ ଏସ୍‌. ସୁଶ୍ରୀ  ଟ୍ୱିନ୍‌ସିଟି ଭୁବନେଶ୍ୱର-କଟକର ଟ୍ରାଫିକ ଡ଼ିସିପି ଭାର ସମ୍ଭାଳିବେ । ଏନେଇ ତାଙ୍କୁ ବୁଧବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିଯୁକ୍ତି ମିଳିଛି । ତାଙ୍କର ଏହି ନୂଆ ନିଯୁକ୍ତିକୁ ନେଇ ସେ ଖୁସି ପ୍ରକଟ କରିଛନ୍ତି । ଏଥିସହ ଟ୍ୱିନ୍‌ସିଟିବାସୀଙ୍କ ଯାତାୟାତ ସୁବିଧା ନିମନ୍ତେ କାର୍ଯ୍ୟ କରିବେ ବୋଲି ‘ନିତିଦିନ’କୁ ସୂଚନା ଦେଇଛନ୍ତି । ଶ୍ରୀ ସୁଶ୍ରୀ ଏବେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏସ୍‌ଡ଼ିପିଓ ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରୀ ସୁଶ୍ରୀଙ୍କ ଘର କେରଳର କୋଲାମ ଅଞ୍ଚଳରେ । ସେ ୧୯୯୫ ମସିହା ଅକ୍ଟୋବର ୨୨ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ କେରଳ ବିଶ୍ୱବିଦ୍ୟାଳୟ ଅଧିନ ସେଣ୍ଟ୍ ଜନ୍ କଲେଜରୁ ଇଂରାଜୀରେ ଗ୍ରାଜୁଏଟ୍ ହୋଇଥିଲେ । ଏଠାରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

ପରେ ସେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ପ୍ରଥମ ଉଦ୍ୟମରେ ସେ ୨୦୧୮ ୟୁପିଏସ୍‌ସି ପ୍ରଶାସନିକ ସେବା ପରୀକ୍ଷାରେ ୧୫୧ର‌୍ୟାଙ୍କ୍ ହାସଲ କରିଥିଲେ । ଏହି ସମୟରେ ତାଙ୍କୁ ୨୩ବର୍ଷ ହୋଇଥିଲା । ପରେ ସେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡ଼େମୀରେ ଆଇପିଏସ୍ ଟ୍ରେନିଂ ନେଇ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ । ୨୩ବର୍ଷରେ ଆଇପିଏସ୍ ଚାକିରୀ ପାଇ ଶ୍ରୀ ସୁଶ୍ରୀ ଦେଶର ସର୍ବକନିଷ୍ଠ ଅଫିସର୍ ଭାବେ ଗଣା ହୋଇଛନ୍ତି । ଶ୍ରୀ ସୁଶ୍ରୀଙ୍କ ବାପା ପି.ଟି ସୁନୀଲ କୁମାର ସିଆର୍‌ପିଏଫ୍‌ରେ କାର୍ଯ୍ୟ କରୁଥିଲେ । ପରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସୁରକ୍ଷା ଦାୟିତ୍ୱରେ(ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ୍‌)ରେ ଥିଲେ । ଝିଅର ସ୍ୱପ୍ନ ପୂରଣ କରିବା ପାଇଁ ଶ୍ରୀ କୁମାର ସରକାରୀ ଚାକିରୀରୁ ଭିଆର୍‌ଏସ୍ ନେଇଥିଲେ ।

ଚାକିରୀରୁ ଅବସରେ ନେବା ପରେ ସେ ସୁଶ୍ରୀଙ୍କୁ ଗାଇଡ଼ କରିଥିଲେ । ଏଥିସହ ଶ୍ରୀ ସୁଶ୍ରୀଙ୍କ ମା’ ଜଣେ ଗଣିତ ଶିକ୍ଷକ । ପରିବାରଲୋକଙ୍କ ପ୍ରେରଣା ଓ ପିଲାଦିନୁ ଦେଖିଥିବା ସ୍ୱପ୍ନ ପୂରଣ କରିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରିଥିଲେ । ଗ୍ରାଜୁଏସନ ସାରିବା ପରେ ଶ୍ରୀ ସୁଶ୍ରୀ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍‌ରୋ), ଗୁଇନ୍ଦା ସେବା, ପୋଷ୍ଟାଲ ବିଭାଗରେ ଚାକିରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ହେଲେ ସେ ତାଙ୍କ ଲକ୍ଷ୍ୟ ପୂରଣ କରିବାକୁ ଏହିସବୁ ଚାକିରୀରେ ଯୋଗ ଦେଇନଥିଲେ । ଏହିସବୁ ପରୀକ୍ଷାକୁ ସେ ୟୁପିଏସ୍‌ସି ପରୀକ୍ଷାର ପାହାଚ ଭାବିନେଇଥିଲେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking