31.1 C
Bhubaneswar
Tuesday, April 23, 2024
Homeଓଡିଶାଗାଁକୁ ଫେରିବେ ୭ ବର୍ଷ ତଳୁ ନିଖୋଜ ବ୍ୟକ୍ତି

ଗାଁକୁ ଫେରିବେ ୭ ବର୍ଷ ତଳୁ ନିଖୋଜ ବ୍ୟକ୍ତି

କୋରେଇ: କୋରେଇ ବ୍ଲକ୍ କନ୍ତୋର ପଞ୍ଚାୟତ ପୋଡ଼ାତେନ୍ତୁଲି ଗ୍ରାମରୁ ୭ ବର୍ଷ ତଳୁ ବୋଲବମ୍‌ରେ ଯାଇ ନିଖୋଜ ଥିବା ମଦନ ଖଟୁଆ ନାମକ ଜନୈକ ଯୁବକ ଘରକୁ ଫେରିବା ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ମଦନ ରହୁଥିବା ଅଞ୍ଚଳର ଜିଲ୍ଲା ପ୍ରଶାସନ ଓ ପୁଲିସ ଅଧୀକ୍ଷକଙ୍କ ନିକଟକୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାର୍ତ୍ତା ପ୍ରେରଣ କରାଯାଇଛି । ସୂଚନାଯୋଗ୍ୟ ଯେ, ମଦନ ୨୦୧୪ ମସିହାରେ ସାଙ୍ଗମାନଙ୍କ ସହ ପଶ୍ଚିମବଙ୍ଗକୁ ବୋଲବମ୍‌ରେ ଯାଇ ଆଉ ଘରକୁ ଫେରି ପାରି ନଥିଲେ । ଘର ଲୋକ ବହୁ ଖୋଜାଖୋଜି କରି ମଦନର କୌଣସି ପତ୍ତା ନପାଇ ମିଳିବା ଆଶା ଛାଡ଼ି ଦେଇଥିଲେ ।

ତିନି ଦିନ ତଳେ କୋରେଇ ଅଞ୍ଚଳରୁ କେତେକ  ସତସଙ୍ଗ ପ୍ରେମୀ ପଶ୍ଚିମବଙ୍ଗ ବାଙ୍କୁଡ଼ା ଜିଲ୍ଲା ଗୋବିନ୍ଦପୁର ଧାମ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ପାଖରେ ଛିଡ଼ା ହୋଇ ଓଡ଼ିଆରେ କଥାବାର୍ତ୍ତା ହେଉଥିବା ଦେଖି ଜଣେ ଯୁବକ ସେମାନଙ୍କ ପାଖକୁ ଆସିଥିଲେ । ଯୁବକଙ୍କ ପରିଚୟରୁ ସେ ଓଡ଼ିଆ ବୋଲି ଜାଣିପାରି ତାଙ୍କୁ କିଛି ଆର୍ôଥକ ସହାୟତା ଯାଚିଥିଲେ ମଧ୍ୟ ସେ ଗ୍ରହଣ ନକରି କାନ୍ଦି ପକାଇଲେ । ଯୁବକଙ୍କ ଏଭଳି ଅବସ୍ଥା ଦେଖି ସତସଙ୍ଗ ପ୍ରେମୀ ତାଙ୍କ ବିଷୟରେ ଜାଣିବାକୁ ଚାହିଁଥିଲେ । ସେ ସମସ୍ତ ଘଟଣା କହିବା ସହ କୋରେଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଭିକାରୀ ବରାଳଙ୍କୁ ଜାଣିଥିବା କହିଥିଲେ ।

ସେ ଘରକୁ ଫେରି ନପାରିବାରୁ କେଉଁଠି କେମିତି କାମଧନ୍ଦା କରିବା ସହ ନିର୍ଯାତନାର ଶିକାର ହୋଇଥିବା ପ୍ରକାଶ କରିଥିଲେ । ଶ୍ରୀ ବରାଳ ଏ ବିଷୟରେ ସୂଚନା ପାଇବା ପରେ ଶିକ୍ଷକତା କରୁଥିବା ତାଙ୍କ ଭାଇଙ୍କୁ ଜଣାଇଥିଲେ । ଶ୍ରୀ ବରାଳଙ୍କ ପୁଅ ସୁରେନ୍ଦ୍ର କୁମାର ବରାଳ ଓ ମଦନଙ୍କ ଭାଇ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମଦନ ହଜିଥିବାର ତଥ୍ୟ ପ୍ରଦାନ କରି ସେ ଠାବ ହୋଇଥିବା ସ୍ଥାନ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମଦନଙ୍କୁ ଉଦ୍ଧାର କରାଯିବା ପାଇଁ ଉଦ୍ୟମ ଆରମ୍ଭ ହେବା ସହ ତାଙ୍କର ସମ୍ପର୍କୀୟ ପଶ୍ଚିମବଙ୍ଗ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking