40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଏହି କମ୍ପାନୀ ୩୦୦ କର୍ମଚାରୀଙ୍କୁ କଲା ଛଟେଇ

ଏହି କମ୍ପାନୀ ୩୦୦ କର୍ମଚାରୀଙ୍କୁ କଲା ଛଟେଇ

ନୂଆଦିଲ୍ଲୀ: ଭାରତର ୯୦ ଭାଗରୁ ଅଧିକ ସହରରୁ ହୋମ୍‌ଗ୍ରୋନ୍ ବାଣିଜ୍ୟିକ ପ୍ଲାଟଫର୍ମ ମେଶୋ ତାର ଗ୍ରୋସୋରୀ କାରବାର ବନ୍ଦ କରିଦେଇଥିବା ଜଣାପଡ଼ିଛି । ନାଗପୁର ଏବଂ ମୌଶୁର ସହର ବ୍ୟତୀତ ଅନ୍ୟ ସବୁ ସହରରୁ ଏହି କାରବାର ବନ୍ଦ କରିଦେବା ଫଳରେ ବହୁ କର୍ମଚାରୀ ଏବେ କର୍ମସଂସ୍ଥାନ ହରାଇଛି । ଆଇଏନ୍‌ସି ୪୨ର ସୂଚନା ଅନୁଯାୟୀ ମେଶୋ ସୁପରଷ୍ଟୋର୍ ବନ୍ଦ ହେବା ଫଳରେ ୩୦୦ କର୍ମଚାରୀ ଚାକିରି ହରାଇଛନ୍ତି । ଏପ୍ରିଲ ମାସରେ ମେଶୋ ଫାର୍ମିଶୋକୁ ସୁପରଷ୍ଟୋର୍ ଭାବେ ରିବ୍ରାଣ୍ଡେଡ୍ କରିଥିଲା । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ଟାୟାର ୨ ବଜାରରେ ଗ୍ରାହକଙ୍କ ଦୈନିନ୍ଦିନ ଆବଶ୍ୟକତା ପୂରଣ କରିବା ।

ସେହି ମାସରେ କମ୍ପାନୀ ୧୫୦ କର୍ମଚାରୀଙ୍କୁ ଛଟେଇ କରିଥିଲା । ଏହା ପୂର୍ବରୁ କମ୍ପାନୀ ତା’ର ବାଣିଜ୍ୟିକ ପ୍ଲାଟଫର୍ମରୁ ମହାମାରୀର ପ୍ରଥମ ଭାବରେ ପ୍ରାୟ ୨୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା । ସୂଚନା ଅନୁଯାୟୀ ଏହି ସମୟାରେ ଅଧିକ ବ୍ୟୟ ଓ କମ୍‌୍ ରାଜସ୍ୱ ଯୋଗୁଁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଥିଲା । ମେଶୋ ସୁପରଷ୍ଟୋର କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଆଦି ୬ଟି ରାଜ୍ୟରେ ତା’ର କାରବାର ଚଳାଇଥିଲା ।

ଏହି ଛଟେଇ ସମୟରେ କର୍ମଚାରୀଙ୍କୁ ଦୁଇମାସର ଦରମା ଦେଇଥିଲା କମ୍ପାନୀ । ମେଶୋର ପ୍ରତିଷ୍ଠାତା ତଥା ସିଇଓ ଭିଦିତ୍ ଆଟ୍ରେ କହିଛନ୍ତି ଯେ କମ୍ପାନୀ ଏହାର ମୂଳ ଆପ୍ ସହିତ ସୁପରଷ୍ଟୋର୍‌କୁ ମିଶାଇବାକୁ ଯାଉଛି । ଏହା କର୍ଣ୍ଣାଟକରେ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟ ଆରମ୍ଭ କରିଛି । ପରେ ଏହା ଅନ୍ୟ ରାଜ୍ୟଗୁଡ଼ିକରେ ଗ୍ରାହକଙ୍କୁ ଆକର୍ଷିତ କରିବ । ଯାହା ଆମର ଗ୍ରାହକଙ୍କୁ ଏକଠି ଅନେକ କାରବାରର ଅଭିଜ୍ଞତା ପ୍ରଦାନ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking