26.1 C
Bhubaneswar
Wednesday, May 8, 2024
Homeଓଡିଶାସରକାରୀ ବାସଭବନରେ ମହିଳା ଏସଆଇଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ସରକାରୀ ବାସଭବନରେ ମହିଳା ଏସଆଇଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଘୁ.ଉଦୟଗିରି: ସ୍ଥାନୀୟ ଥାନାରେ କାର୍ଯ୍ୟରତ ଜଣେ ମହିଳା ପୁଲିସ ଏସଆଇ ସ୍ୱାଗତିକା ବେହେରା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ଆଜି ସକାଳେ ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ସେ ନିଜ ଚୁନି ଲଗେଇ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ତାଙ୍କ ମରଶରୀରକୁ ବାସଭବନରୁ ଅଣାଯାଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ଥାନା ଆଇଆଇସି ରେବତୀ ଶବରଙ୍କ ଦୁର୍ବ୍ୟବହାର ଯୋଗୁ ସ୍ୱାଗତିକା ବେହେରା ମାନସିକ ଚାପରେ ଥିଲେ ବୋଲି ଚର୍ଚ୍ଚା ହେଉଛି। ସେ ଏହି କାରଣରୁ ଆତ୍ମହତ୍ୟା କରିଥିବା କଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଆଉ ଏକ ଉଲ୍ଲେଖନୀୟ କଥା ହେଉଛି ଯେ ଆଇଆଇସି ଓ ଏସଡିପିଓଙ୍କ କ୍ବାର୍ଟର ମଝିରେ ଥିବା କ୍ବାର୍ଟରରେ ରହୁଥିଲେ ସ୍ୱାଗତିକା ବେହେରା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking