30.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସାଧାରଣ ଲୋକଙ୍କ ପାଇଁ କୋ-ୱିନ ଆପ ଉପଲବ୍ଧ ନୁହେଁ । ଟୀକାକରଣ ପାଇଁ ରେଜିଷ୍ଟର କରନ୍ତୁ...

ସାଧାରଣ ଲୋକଙ୍କ ପାଇଁ କୋ-ୱିନ ଆପ ଉପଲବ୍ଧ ନୁହେଁ । ଟୀକାକରଣ ପାଇଁ ରେଜିଷ୍ଟର କରନ୍ତୁ ; କେନ୍ଦ୍ର ସରକାର ।

ନୂଆଦିଲ୍ଲୀ : କୋ-ୱିନ ଟୀକାକରଣ ଆପ – ଭାରତ ସରକାରଙ୍କ କୋ-ୱିନ ଆପରେ ରେଜିଷ୍ଟ୍ରର କରିି କୋଭିଡ ଟୀକା ନେବାପାଇଁ ଭାବୁଛନ୍ତି କିି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଳାୟ ତରଫରୁ ସୋମବାର କୁହାଯାଇଛିଯେ, ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଥିବା କୋ-ୱିନ ଆପ କେବଳ ପ୍ରଶାସନ ଅଧିକାରୀ ମାନଙ୍କ ବ୍ୟବହାର ପାଇଁ ଉପଯୁକ୍ତ । ଆପଣଙ୍କୁ କୋଭିଡ-୧୯ ଟୀକା ଲଗାଇବା ପାଇଁ କୋୱିନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ହେବ ।
ସୂଚନାଯୋଗ୍ୟଯେ, ବରିଷ୍ଠ ନାଗରିକ ଓ ରୋଗଗ୍ରସ୍ତ ମାନଙ୍କ ପାଇଁ ତଥା ୪୫ ବର୍ଷରୁ ଅଧିକ ବୟସ ଲୋକ ମାନଙ୍କ ପାଇଁ ଆଜିଠାରୁ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି । ପଞ୍ଜୀକରଣ ସମୟରେ ଲୋକଙ୍କୁ ହେଉଥିବା ଅସୁବିଧା କାରଣରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟ୍ୱିଟ କରି କହିଛନ୍ତି ଯେ, କୋଭିଡ-୧୯ ଟୀକାକରଣ ପାଇଁ କେବଳ କୋ ୱିନ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ କରାଯାଇପାରିବ ।
ଲାଭାର୍ଥୀ ମାନଙ୍କୁ ପଞ୍ଚୀକରଣ ପାଇଁ କୋ-ୱିନ ଆପ ଉପଲବ୍ଧ ନୁହଁ । ପ୍ଲେ ଷ୍ଟାରରେ ଉପଲବ୍ଧ ହେଉଥିବା କୋ-ୱିନ ଆପ କେବଳ ପ୍ରଶାସନ ଅଧିକାରୀ ମାନଙ୍କ ବ୍ୟବହାର ପାଇଁ ଉପଯୁକ୍ତ । ସରକାରଙ୍କ କହିବା ଅନୁସାରେ ଯଦି ସାଧାରଣ ଜନତାଙ୍କୁ କୋଭିଡ ଟୀକା ନେବାର ଅଛି ତେବେ ସେମାନଙ୍କୁ କୋ-ୱିନ ୱେବସାଇଟରେ ପଞ୍ଜୀକରଣ କରିବାକୁ ପଡିବ ।

କେନ୍ଦ୍ର ସରକାର ବୁଧବାର ଘୋଷଣା କରିଥିଲେ ଯେ, ୬୦ ବର୍ଷରୁ ଅଧିକ ବୟସ୍କ ମାନଙ୍କୁ ଓ ଅନ୍ୟ ରୋଗରେ ଆକ୍ରନ୍ତ ତଥା ୪୫ ବର୍ଷ ରୁ ଅଧିକ ଲୋକଙ୍କୁ ୧ ମାର୍ଚ୍ଚରୁ ଟୀକାକରଣ ଆରମ୍ଭ ହେବ ।

ନାଗରିକ ମାନେ କେଉଁ ସମୟରେ ମଧ୍ୟ ଟୀକାକରଣ ପାଇଁ ପଞ୍ଜୀକରଣ କୋ-ୱିନ ୨.୦ ପୋର୍ଟାଲର ଉପଯୋଗ କରି ଆରେଗ୍ୟ ସେତୁ ଆପ ମାଧ୍ୟମରେ ଓ ଅନ୍ୟ ଆଇଟି ଆପ୍ଲିକେସନ ମାଧ୍ୟମରେ କରିପାରିବେ ।

କେବେ ଠାରୁ ଆରମ୍ଭ ହେବ ଏହି ୱେବସାଇଟରେ ପଞ୍ଜୀକରଣ ?
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ୧ ମାର୍ଚ୍ଚଠାରୁ କୋ-ୱିନ ୱେବସାଇଟରେ ପଞ୍ଜୀକରଣ ସକାଳ ୯ ଟାରୁ ଆରମ୍ଭ ହେବ । । ଏଥିରେ ପ୍ରତ୍ୟେକ ବୃଦ୍ଧ ନାଗରିକ ଏବଂ ୧ ଜାନୂଆରି ୨୦୨୨କୁ ୬୦ ବର୍ଷ ବା ତାଠାରୁ ଅଧିକା ଆୟୁର ହୋଇଥିବେ ତଥା ଏହି ନାଗରିକ ଯେଉଁମାନେ ୧ ଜାନୂଆରୀ ୨୦୨୨କୁ ୪୫ରୁ ୫୯ ବର୍ଷ ବୟସ୍କ ହୋଇଥିବେ ଏବଂ ନିର୍ଦ୍ଦିଷ୍ଟ ୨୦ ଟି ରୋଗ ମଧ୍ୟରୁ ଗୋଟିଏ ରୋଗରେ ଆକ୍ରନ୍ତ ଥିବେ ସେମାନେ ପଞ୍ଜୀକରଣ କରିପାରିବେ ।
ଏହି ନାଗରିକ ମାନେ ନିଜ ମୋବାଇଲ ଫୋନ ନମ୍ବର ମାଧ୍ୟମରେ କୋ-ୱିନ ପେରାର୍ଟାଲରେ ପଞ୍ଜୀକରଣ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking