26.1 C
Bhubaneswar
Friday, May 10, 2024
Homeଓଡିଶାମଣ୍ଡି ବନ୍ଦ ପ୍ରତିବାଦରେ ଧାନବସ୍ତା ରଖି ରାସ୍ତା ଅବରୋଧ

ମଣ୍ଡି ବନ୍ଦ ପ୍ରତିବାଦରେ ଧାନବସ୍ତା ରଖି ରାସ୍ତା ଅବରୋଧ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବେଲଟିକରି ସେବାସମବାୟ ସମତି ମଣ୍ଡି ବନ୍ଦ ପ୍ରତିବାଦରେ ହଜାର ହଜାର ଚାଷୀ ଧାନ ବସ୍ତା ରଖି ଢେଙ୍କାନାଳ ଠାରୁ ଭୁବନ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଦୀର୍ଘ ୬ଘଣ୍ଟା ଧରି ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା ।

ପ୍ରକାଶ ଥାଉକି, ସଦର ବ୍ଲକର କାଇମାଟି, ନାଗିଆପଶି, ବେଲଟିକିରି, ଚାଉଳିଆ, ସୋଗରପଶି, ଦାମୋଦରନାଳି, ଖଣ୍ଡିଆବନ୍ଧ ପଂଚାୟତର ଚାଷୀମାନଙ୍କୁ ନେଇ ବେଲଟିକିରି ସେବାସମବାୟ ସମିତିରେ ମଣ୍ଡି ହେଉଥିଲା । ଏହି ମଣ୍ଡିରେ ୪୦ ହଜାର କ୍ୱିଣ୍ଟାଲ ଧାନ କିଣିବା ପାଇଁ ରାଜ୍ୟ ସରକାର ଟାର୍ଗେଟ ଦେଇଥିଲେ । ମାତ୍ର ୨୦ ହଜାର କ୍ୱିଣ୍ଟାଲ୍ ଧାନ କିଣି ହଠାତ ଫେବୃଆରୀ ମାସ ୧୧ ତାରିଖରୁ ହଠାତ ଧାନକିଣା ଜିଲ୍ଲା ପ୍ରଶାସନ ମାଧ୍ୟମରେ ବନ୍ଦ କରିଦେଇଛନ୍ତି । ତାହାକୁ ନେଇ ବିଭିନ୍ନ ପଂଚାୟତରେ ହଜାର ହଜାର ଧାନ ବସ୍ତା ପଡିରହିଛି । ମାତ୍ର ଦୁଃଖର ବିଷୟ ବାରମ୍ବାର ଅଭିଯୋଗ ସତ୍ୱେ ଜିଲ୍ଲା ପ୍ରଶାସନର ଚାଷୀମାନଙ୍କ ପ୍ରତି ଥିବା ବୈମାତୃକ ଭାବକୁ ନେଇ ତୀବ୍ର ନିନ୍ଦା ପ୍ରକାଶ କରିଛନ୍ତି ।

ଏହାକୁ ନେଇ ପ୍ରଥମେ ଜିଲ୍ଲା ଯୋଗାଣ ଅଧିକାରୀ, ସମବାୟ ବିଭାଗ ଏବଂ ଶେଷରେ ଜିଲ୍ଲା ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ଢେଙ୍କାନାଳ ଠାରୁ ଭୁବନ ରାସ୍ତା ଉପରେ ଧାନ ବସ୍ତା ରଖି ହଜାର ହଜାର ଚାଷୀ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଢେଙ୍କାନାଳ ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସେଠାରେ ପହଂଚି ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ଓହରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ କହିବାନୁସାରେ ଯଥାଶିଘ୍ର ସେହି ଧାନ ମଣ୍ଡିରୁ ଧାନ କିଣାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking