31.1 C
Bhubaneswar
Monday, May 20, 2024
Homeଓଡିଶାକରୋନା ପରିସ୍ଥିତିର ସୁଧାର ନେଇ ଜିଲ୍ଲାପାଳଙ୍କ ଆହ୍ୱାନ

କରୋନା ପରିସ୍ଥିତିର ସୁଧାର ନେଇ ଜିଲ୍ଲାପାଳଙ୍କ ଆହ୍ୱାନ

ଢେଙ୍କାନାଳ : ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ କରୋନା ପରିସ୍ଥିତିର ସୁଧାର ନେଇ ଏକ ବୈଠକ ଜିଲ୍ଲା ସଦ୍‌ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଜିଲ୍ଲାପାଳ, ତହସିଲଦାର, ପୌରସଂସ୍ଥା ଓ ଏନଏସିର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଜିଲ୍ଲାରେ କରୋନା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଛି ଏହାକୁ ବଜାୟ ରଖିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି । ଅନ୍ୟ କେତେକ ରାଜ୍ୟରେ କରୋନା ସଂକମ୍ରଣ ହୁ ହୁ ହୋଇ ବଢୁଥିବାରୁ ଢେଙ୍କାନାଳ ଜିଲ୍ଲା ଭିତରକୁ ପ୍ରବେଶ ନକରିବା ଅନ୍ୟ ରାଜ୍ୟର ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କ କୋଭିଡ୍ ଟେଷ୍ଟ କରିବା ସହିତ ସେମାନଙ୍କୁ ୭ ଦିନ ଆଇସୋଲେସନରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କୋଭିଡର କୌଣସି ଲକ୍ଷଣ ଦେଖାଦେଲେ ଆଂଟିଜେନ୍ ଟେଷ୍ଟ କରିବା ସହିତ ଆରଟିପିସିଆର ଟେଷ୍ଟ କରାଯିବ ।

କରୋନା ପରିସ୍ଥିତି ଯେପରି ଭାବେ ବୃଦ୍ଧି ନହେବ ସେଥି ନିମନ୍ତେ ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀ, ୱାର୍ଡମେମ୍ବର, ସମିତିସଭ୍ୟ ଓ ସରପଂଚମାନେ ବିଶେଷ ଯତ୍ନବାନ ହେବାକୁ ପଡିବ । ଲୋକଙ୍କୁ ମାସ୍କର ବ୍ୟବହାର, ସାମଜିକ ଦୂରତା ରକ୍ଷା କରିବା ପାଇଁ ସଚେତନ କରିବାକୁ ପଡିବ । ସେହିପରି ଜିଲ୍ଲାରେ ଅଧିକ ସଂଖ୍ୟକଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଗାମୀ ଦିନରେ ଜିଳ୍ଲା ଉପଖଣ୍ଡସ୍ଥରୀୟ ଓ ବ୍ଲକ୍ ଚିକିତ୍ସାଳୟ ଗୁଡିକରେ ଟିକାକରଣ କରାଯିବ । ଏହି ବୈଠକରେ ବହୁଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking