28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପୂର୍ବ ଲଦାଖ୍‌ରେ ୩ କିମି ପଛକୁ ହଟିଛି ଚୀନ୍ ସେନା

ପୂର୍ବ ଲଦାଖ୍‌ରେ ୩ କିମି ପଛକୁ ହଟିଛି ଚୀନ୍ ସେନା

ନୂଆଦିଲ୍ଲୀ : ପୂର୍ବ ଲଦାଖ୍‌ର ଗୋଗ୍ରା-ହଟ୍‌ସ୍ପ୍ରିଙ୍ଗ୍‌ରେ ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍ (ଏଲ୍‌ଏସି) ନିକଟରେ କବ୍‌ଜା କରିଥିବା ଅଞ୍ଚଳରୁ ଚୀନ୍ ସେନା ତିନି କିଲୋମିଟର ପଛକୁ ଫେରିଯାଇଛି । ମ୍ୟାକ୍ସାର୍ ଟେକ୍ନୋଲୋଜିସ୍‌ର ସାଟେଲାଇଟ୍ ଫଟୋରୁ ଏହା ଜଣାପଡ଼ିଛି । ୨୦୨୦ ମେ ମାସରେ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବାପରେ ଭାରତ-ଚୀନ୍ ନିଜ ନିଜର ସୈନିକଙ୍କୁ ପାଟ୍ରୋଲିଙ୍ଗ୍ ପଏଣ୍ଟ-୧୫ ନିକଟରେ ମୁତୟନ କରିଥିଲେ । ଏହା ମଧ୍ୟରେ ଚୀନ୍ ସେନା ସେଠାରେ ଏକ ବଡ଼ ପୋଷ୍ଟ ନିର୍ମାଣ କରିଥିଲା । ଚଳିତ ବର୍ଷ ଜୁଲାଇ ୧୭ ତାରିଖରେ ଭାରତ ଏବଂ ଚୀନ୍ ମଧ୍ୟରେ କୋର୍ କମାଣ୍ଡରସ୍ତରୀୟ ୧୬ ରାଉଣ୍ଡ୍‌ର ଆଲୋଚନା ହୋଇଥିଲା ।

ଏହି ଆଲୋଚନା ଅନୁସାରେ ସେପ୍ଟେମ୍ବର ୮ରୁ ଉଭୟ ଦେଶର ସେନାଙ୍କୁ ପଛକୁ ହଟାଇବା ପ୍ରକ୍ରିୟାର ଆରମ୍ଭ ହୋଇଥିଲା ଏବଂ ୧୩ ତାରିଖରେ ଏହା ସମ୍ପୂର୍ଣ୍ଣ ହୋଇଥିଲା । ସାଟେଲାଇଟ୍ ଫଟୋ ଅନୁସାରେ ସେନା ପ୍ରତ୍ୟାହାର ପୂର୍ବରୁ ଗୋଗ୍ରା-ହଟ୍‌ସ୍ପ୍ରିଙ୍ଗ୍ ଅଞ୍ଚଳରେ ଏକ ଚୀନ୍ ପୋଷ୍ଟ ଦେଖିବାକୁ ମିଳିଥିଲା । ମାତ୍ର ନୂଆ ସାଟେଲାଇଟ୍ ଫଟୋରେ ଏହି ପୋଷ୍ଟ ସମ୍ପୂର୍ଣ୍ଣ ଭାବେ ହଟି ଯାଇଛି । ଚୀନ୍ ସେନା ଏଠାରେ ଏକ ବଡ଼ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ର ନିର୍ମାଣ କରିଥିଲା । ସହମତି ଅନୁସାରେ ଏହି ଅଞ୍ଚଳରେ ଦୁଇ ଦେଶର ସେନା ପାଟ୍ରୋଲିଂ କରିପାରିବେ ନାହିଁ । ପୂର୍ବରୁ ଏହି ଅଞ୍ଚଳରେ ଭାରତୀୟ ସେନା ପାଟ୍ରୋଲିଂ କରୁଥିଲା । ମାତ୍ର ୨୦୨୦ରେ ଚୀନ୍ ସେନାର ଅନୁପ୍ରବେଶ ପରେ ଏଠାରେ ଉତ୍ତେଜକ ସ୍ଥିତି ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking