29.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶହାଇଦ୍ରାବାଦରେ ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି: ଗୃହମନ୍ତ୍ରୀଙ୍କ କାର୍‌କେଡ୍ ସାମ୍ନାରେ ଟିଆର୍‌ଏସ୍ ନେତାଙ୍କ କାର୍‌

ହାଇଦ୍ରାବାଦରେ ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି: ଗୃହମନ୍ତ୍ରୀଙ୍କ କାର୍‌କେଡ୍ ସାମ୍ନାରେ ଟିଆର୍‌ଏସ୍ ନେତାଙ୍କ କାର୍‌

ହାଇଦ୍ରାବାଦ: ହାଇଦ୍ରାବାଦ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି ଘଟିଛି । ଶନିବାର ଗୃହମନ୍ତ୍ରୀଙ୍କ କାର୍‌କେଡ୍ ସାମ୍ନାରେ ଟିଆର୍‌ଏସ୍ ନେତାଙ୍କ କାର୍ ଅଟକି ଯାଇଥିଲା । ତେବେ ଶାହ ସୁରକ୍ଷାକର୍ମୀ ତୁରନ୍ତ କାର୍‌କୁ ହଟାଇ ଦେଇଥିଲେ । ସମ୍ପୃକ୍ତ ଟିଆର୍‌ଏସ୍ ନେତାଙ୍କ ନାମ ଗୋସୁଲ ଶ୍ରୀନିବାସ । ଘଟଣା ପରେ ଶ୍ରୀନିବାସ କହିଛନ୍ତି, କାର୍‌କେଡ୍ ସାମ୍ନାରେ ତାଙ୍କ କାର୍‌ଟି ଅନାଚକ ଅଟକି ଯାଇଥିଲା । ମୁଁ କିଛି ଜାଣିବା ପୂର୍ବରୁ ଗୃହମନ୍ତ୍ରୀଙ୍କ ସୁରକ୍ଷାକର୍ମୀ କାର୍‌ରେ ଭଙ୍ଗାରୁଜା କରିଦେଇଥିଲେ । ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ନିକଟରେ ଅଭିଯୋଗ କରିବେ ବୋଲି ସେ କହିଛନ୍ତି ।

୧୩ ଦିନ ମଧ୍ୟରେ ଶାହଙ୍କ ସୁରକ୍ଷାରେ ତ୍ରୁଟି ଏହା ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ଚଳିତ ମାସ ୪-୫ ତାରିଖରେ ମୁମ୍ବାଇ ଗସ୍ତ ବେଳେ ଶାହଙ୍କ ଆଖପାଖରେ ଜଣେ ସନ୍ଦିଗ୍ଧ ବୁଲୁଥିବା ଦେଖିବାକୁ ମିଳିଥିଲା । ଅଧିକାରୀଙ୍କର ସନ୍ଦେହ ହେବାପରେ ପୁଲିସକୁ ଖବର ଦେଇଥିଲେ ଏବଂ ପୁଲିସ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରିଥିଲା । ସୂଚନାଯୋଗ୍ୟ, ହାଇଦ୍ରାବାଦ ମୁକ୍ତି ଦିବସରେ ଭାଗନେବା ପାଇଁ ଅମିତ ଶାହ ଦୁଇଦିନିଆ ତେଲେଙ୍ଗାନା ଗସ୍ତରେ ଅଛନ୍ତି । ପ୍ରଥମ ଦିନ ସେ ସିକନ୍ଦରାମାବଦର ଆର୍ମି ପଡ଼ିଆରେ ରାଲିକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ ଟିଆର୍‌ଏସ୍‌କୁ ଟାର୍ଗେଟ୍ କରି କହିଥିଲେ, ଭାରତ ୧୯୪୭ରେ ସ୍ୱାଧୀନ ହୋଇଥିଲେ ମଧ୍ୟ ହାଇଦ୍ରାବାଦ ଉପରେ ଆଜି ବି ନିଜାମଙ୍କ ରାଜ୍ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking