26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଶୃଙ୍ଗାର ଗୌରୀ ମାମଲାରେ ନୂଆମୋଡ଼: ୮ ସପ୍ତାହ ସମୟ ମାଗିଲା ମୁସ୍‌ଲିମ୍ ପକ୍ଷ

ଶୃଙ୍ଗାର ଗୌରୀ ମାମଲାରେ ନୂଆମୋଡ଼: ୮ ସପ୍ତାହ ସମୟ ମାଗିଲା ମୁସ୍‌ଲିମ୍ ପକ୍ଷ

ବାରାଣସୀ : ବାରାଣସୀ ଜିଲ୍ଲା ଜଜ୍‌ଙ୍କ ଅଦାଲତରେ ଚାଲିଥିବା ଶୃଙ୍ଗାରଗୌରୀ-ଜ୍ଞାନବାପୀ ମାମଲା ନୂଆ ମୋଡ଼ ନେଇଛି । ମୁସ୍‌ଲିମ୍ ପକ୍ଷର ମାମଲାର ପରବର୍ତ୍ତୀ ଶୁଣାଣି ଅତିକମ୍‌ରେ ୮ ସପ୍ତାହ ପରେ କରିବାକୁ ଦାବି କରିଛି । ସୂଚନାଯୋଗ୍ୟ ବାରାଣସୀ ଜିଲ୍ଲା ଜଜ୍ ଅୟଜ କୃଷ୍ଣ ବିଶ୍ୱେଶ ହିନ୍ଦୁ ପକ୍ଷଙ୍କ ଆବେଦନ ଗ୍ରହଣ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୨୨ ତାରିଖ ସ୍ଥିର କରିଥିଲେ ।

ଏହାକୁ ଚାଲେଞ୍ଜ୍ କରି ଅଞ୍ଜୁମନ ଇନ୍ତଜାମିୟା ମସ୍‌ଜିଦ୍ ପକ୍ଷ ଓକିଲ କହିଛନ୍ତି, ୮ ସପ୍ତାହ ପୂର୍ବରୁ ମାମଲାର ପରବର୍ତ୍ତୀ ତାରିଖ ସ୍ଥିର କରାଯାଇପାରିବ ନାହିଁ । ଏ ନେଇ ସେ ଅଦାଲତରେ ଏକ ଆବେଦନପତ୍ର ଦାଖଲ କରିଛନ୍ତି । ଏଥିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଦାହରଣ ଦେଇଛନ୍ତି । ମାମଲା ଜିଲ୍ଲା ଜଜ୍‌ଙ୍କ ଅଦାଲତରେ ଚଳାଇବା ପାଇଁ ସୁପ୍ରିମ କୋର୍ଟ ଆଦେଶ ଦେଇଥିଲେ । ଏହା ସହିତ ପରବର୍ତ୍ତୀ ଶୁଣାଣି ତାରିଖ ଅତିକମ୍‌ରେ ୮ ସପ୍ତାହ ପରେ ସ୍ଥିର କରିବାକୁ କହିଥିଲେ । ଫଳରେ କାହାର କିଛି ଅଭିଯୋଗ କରିବାକୁ ଥିଲେ, ତାଙ୍କୁ ପର୍ଯ୍ୟାପ୍ତ ସମୟ ମିଳିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking