27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ୪ ଦିନିଆ ଏସିବି କଷ୍ଟଡିରେ ଅମାନତୁଲ୍ଲା ଖାନ୍

୪ ଦିନିଆ ଏସିବି କଷ୍ଟଡିରେ ଅମାନତୁଲ୍ଲା ଖାନ୍

ନୂଆଦିଲ୍ଲୀ: ୱାକଫ୍ ବୋର୍ଡ ଫଣ୍ଡ୍ ଦୁରୁପଯୋଗ ମାମଲାରେ ଶୁକ୍ରବାର ଗିରଫ ଓଖ୍‌ଲାର ଆପ୍ ବିଧାୟକ ଅମାନତୁଲ୍ଲା ଖାନ୍‌ଙ୍କୁ ରାଉଜ୍ ଏଭେନ୍ୟୁ କୋର୍ଟ ଶନିବାର ଚାରିଦିନିଆ ଏସିବି କଷ୍ଟଡିକୁ ପଠାଇଛନ୍ତି । ଶନିବାର ଅମାନତୁଲ୍ଲାଙ୍କୁ ଏସିବି କୋର୍ଟରେ ହାଜର କରାଇ ୧୪ ଦିନ କଷ୍ଟଡି ମାଗିଥିଲା । ମାତ୍ର କୋର୍ଟ ୪ ଦିନ ପାଇଁ କଷ୍ଟଡି ମଞ୍ଜୁର କରିଥିଲେ । ଏହା ପୂର୍ବରୁ ଶନିବାର ଏସିବି ଅମାନତୁଲ୍ଲାଙ୍କ ବିଜିନେସ୍ ପାର୍ଟନର୍ ହାମିଦ ଅଲୀଙ୍କୁ ଦିଲ୍ଲୀ ପୁଲିସ ଆର୍ମ୍ସ ଆକ୍ଟରେ ଗିରଫ କରିଥିଲା । ଦିଲ୍ଲୀ ସରକାରଙ୍କ ଭ୍ରଷ୍ଟାଚାର ନିରୋଧୀ ଶାଖା (ଏସିବି) ଶୁକ୍ରବାର ଅମାନତୁଲ୍ଲା ଖାନ୍‌ଙ୍କ ସମେତ ହମିଦ୍ ଅଲୀଙ୍କ ଘରେ ମଧ୍ୟ ଚଢ଼ଉ କରିଥିଲା । ଏହି ଅବସରରେ ହାମିଦ୍ ଅଲ୍ଲୀଙ୍କ ଘରୁ ଗୋଟିଏ ଅବୈଧ ପିସ୍ତଲ, କିଛି ଗୁଳି ଏବଂ ୧୨ ଲକ୍ଷ ଟଙ୍କା ଜବତ ହୋଇଥିଲା । ଅମାନତୁଲ୍ଲା ତାଙ୍କ ଘରେ ଅସ୍ତ୍ରଶସ୍ତ୍ର ସହ ଟଙ୍କା ରଖିଥିଲେ ଏବଂ ସମସ୍ତ ଦେଣନେଣ ତାଙ୍କ ନିର୍ଦ୍ଦେଶରେ ହେଉଥିଲା ବୋଲି ହାମିଦ୍ ଏସିବିକୁ ଦେଇଥିବା ବୟାନରେ ଜଣାଇଛନ୍ତି ।

ଅନ୍ୟପକ୍ଷରେ ଏସିବି ଚଢ଼ଉ ପୂର୍ବରୁ ଅମାନତୁଲ୍ଲାଙ୍କ ଭାଇ ଓ ସମ୍ପର୍କୀୟମାନେ ଘରୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଚୋରାଇ ନେଇଥିବା ଏସିବି ପ୍ରମୁଖ ମଧୁର ବର୍ମା କହିଛନ୍ତି । ଏହା ମଧ୍ୟରେ କ୍ୟାଶ୍‌, ପ୍ରପର୍ଟି କାଗଜପତ୍ର ଏବଂ ଅସ୍ତ୍ରଶସ୍ତ୍ର ସାମିଲ ଥିବା ଏସିବି ସନ୍ଦେହ କରୁଛି । ମଧୁର ବର୍ମା କହିଛନ୍ତି, ବିଧାୟକ ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଛଅଟି ଅସ୍ତ୍ରଶସ୍ତ୍ର ଥିବା ଏସିବିକୁ ସୂଚନା ମିଳିଥିଲା । ଏହି ଚଢ଼ଉ ମାମଲାରେ ଏସିବି ଚାରିଟି କେସ୍ ରୁଜୁ କରିଛି । ବର୍ମା କହିଛନ୍ତି, ବିଧାୟକ ଏବଂ ତାଙ୍କ ବିଜିନେସ୍ ପାର୍ଟନର୍ ହାମିଦ ଅଲୀ ଓ କୌଶର୍ ଓରଫ୍ ଲଡ୍ଡନ୍‌ଙ୍କ ଠିକଣାରେ କରାଯାଇଥିବା ଚଢ଼ଉ ବେଳେ ୧୦ରୁ ଅଧିକ ବେମାନୀ ପ୍ରପର୍ଟିର୍ର ସୂଚନା ମିଳିଛି । ଏସିବି ପ୍ରମୁଖ କହିଛନ୍ତି, ବିଧାୟକଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ବିରୋଧରେ ଚାରିଟି ଅପରାଧିକ ମାମଲା ଜାମିୟା ନଗର ଥାନାରେ ରୁଜୁ କରାଯାଇଛି । ଗୋଟିଏ ତାଙ୍କ ଭାଇ ଓ ସମ୍ପର୍କୀୟଙ୍କ ଦ୍ୱାରା ପ୍ରମାଣ ଚୋରାଇବା ଘଟଣାରେ ରୁଜୁ କରାଯାଇଛି । ଦ୍ୱିତୀୟଟି ଏସିବି ଟିମ୍‌ରେ ଆକ୍ରମଣକୁ ନେଇ ରୁଜୁ ହୋଇଥିବା ବେଳେ ଅନ୍ୟ ଦୁଇଟି ଅବୈଧ ଅସ୍ତ୍ରଶସ୍ତ୍ର ଜବତ ଘଟଣାରେ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking