28.1 C
Bhubaneswar
Saturday, April 27, 2024
Homeଓଡିଶାମମିତାଙ୍କ ଘରେ ପହଞ୍ଚିଲେ ମହିଳା କମିସନ ଅଧ୍ୟକ୍ଷା

ମମିତାଙ୍କ ଘରେ ପହଞ୍ଚିଲେ ମହିଳା କମିସନ ଅଧ୍ୟକ୍ଷା

ଭୁବନେଶ୍ୱର : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ମମିତାଙ୍କ ଗାଁରେ ପହଞ୍ଚିଛନ୍ତି । ତୁରେକେଲା ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ମମିତାଙ୍କ ପରିବାରକୁ ଭେଟିବା ସହ ଘଟଣାକୁ ନେଇ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ତୁରେକେଲା ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ପୋଲିସର ତଦନ୍ତ ଠିକ୍ ଦିଗରେ ଯାଉଛି ନା ନାହିଁ ଏବଂ ପରିବାର ଲୋକ ତଦନ୍ତରେ କେତେ ସନ୍ତୁଷ୍ଟ ସେନେଇ ପଚାରି ବୁଝିଛନ୍ତି । ମମିତାଙ୍କ ବାପା ମା’ଙ୍କୁ ଭେଟି ସମବେଦନା ଜଣାଇବା ସହ ନ୍ୟାୟ ପ୍ରଦାନରେ ସରକାର ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି ଆଶ୍ୱାସନା ଦେଇଥିବା ଜଣାପଡ଼ିଛି ।

ତେବେ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟିବା ପରେ ମୃତ ମମିତାଙ୍କ ବାପା ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ଘଟଣାରେ ସଂପୃକ୍ତ ସବୁ ଅଭିଯୁକ୍ତଙ୍କ ଗିରଫଦାରୀ ଦାବି କରିଛୁ ।ସେହିଭଳି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀଦଣ୍ଡ ଦେବାକୁ ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି , ଘରର ଏକମାତ୍ର ରୋଜଗାରିଆ ଝିଅର ମୃତ୍ୟୁ ପରେ ପୁରା ପରିବାର ଭାଙ୍ଗି ପଡ଼ିଛି । ଘରର ଆର୍ଥିକ ଅବସ୍ଥାରେ ସୁଧାର ପାଇଁ ପୁଅକୁ ଚାକିରୀ ଦେବା ନିମନ୍ତେ ଦାବି କରିଛନ୍ତି । ମହିଳା କମିଶନ ଅଧ୍ୟକ୍ଷା କଲେ ଘଟଣାସ୍ଥଳ ପରିଦର୍ଶନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking