28.1 C
Bhubaneswar
Saturday, April 27, 2024
Homeଓଡିଶାଗଛ ଡାଳରୁ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନା ହତ୍ୟା ସନ୍ଦେହ ଘେରରେ

ଗଛ ଡାଳରୁ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନା ହତ୍ୟା ସନ୍ଦେହ ଘେରରେ

ମୟୂରଭଞ୍ଜ :  ନଦୀ କୂଳରେ ଥିବା ନିରୋଳା ଆମ୍ବ ତୋଟାରେ ଝୁଲନ୍ତା ମୃତଦେହ ଉଦ୍ଧାର।ଆମ୍ବ ଗଛ ଡାଳରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଘଟଣାଟି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧିନରେ ଘଟିଥିବା ଜଣାଯାଇଛି। ନିକଟରେ ବୋହିଯାଉଥିବା ମୁରୁଡ଼ି ନଦୀକୂଳରେ ଥିବା ମୁଣ୍ଡଫଟାର ନିରୋଳା ସ୍ଥାନରେ କେହିଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ସ୍ଥାନୀୟ ଲୋକମାନେ ଛେଳି ଚରାଇବାକୁ ଆସି ଯୁବକର ଝୁଲନ୍ତା ମୃତଦେହ ଦେଖି ମୋରଡା ପୋଲିସକୁ ଜଣାଇଥିଲେ । ତେବେ ଏକ ଆମ୍ବଗଛରେ ଉକ୍ତ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିବା ବେଳେ ଯୁବକ ଉଲଗ୍ନ ହୋଇ ଆତ୍ମହତ୍ୟା କରିବା ଓ ଆତ୍ମହତ୍ୟା କରିଥିବା ସ୍ଥାନରେ ଝିଅର ଏପ୍ରନ୍ ପଡିଥିବାର ଦେଖିବାକୁ ମିଳିଛି।

ତେବେ ଘଟଣାସ୍ଥଳକୁ ଯୁବତୀର ଏପ୍ରନ କାହିଁକି ଓ କେମିତି ଆସିଲା, ତାକୁନେଇ ସନ୍ଦେହ ସୃଷ୍ଟି କରିଛି। ଯାହାକୁନେଇ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି । ଅନ୍ୟପଟେ ମୋରଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକତା ତଦନ୍ତ ଆରମ୍ଭ କରିବା ସହିତ ଝୁଲନ୍ତା ମୃତଦେହ ଗଛରୁ ଓହ୍ଲାଇ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଅଧିକ ତଦନ୍ତଜାରୀ ରଖିଥିବା ଜଣାପଡ଼ିଛି। ତେବେ ଯୁବକ ହେଉଛିନ୍ତି କବିଡିହ ଗ୍ରାମର ଶ୍ୟାମ ସିଂ ଙ୍କ ପୁଅ ବିଷନ ସିଂ । ତେବେ ଆତ୍ମହତ୍ୟା ନା ହତ୍ୟା ପୋଲିସ ତଦନ୍ତ ପରେ ଜଣାପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking