33.1 C
Bhubaneswar
Saturday, April 27, 2024
Homeଓଡିଶାସ୍ଥାୟୀପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲା ବିଜେପି

ସ୍ଥାୟୀପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲା ବିଜେପି

ସମ୍ବଲପୁର: ସମ୍ବଲପୁର ପୌରାଞ୍ଚଳ, ବୁର୍ଲା ଏନ୍‌ଏସି ,ହୀରାକୁଦ ଏନ୍‌ଏସି ଓ ୧୨ ଗୋଟି ପଞ୍ଚାୟତକୁ ନେଇ ୨୦୧୩ ରେ ଘୋଷଣା ହେଲା ସମ୍ବଲପୁର ମହାନଗର ନିଗମ । ଦୀର୍ଘ ୯ ବର୍ଷ ପରେ ମଧ୍ୟ ସ୍ଥିତି ଯଥା ପୂର୍ବମ୍ ତଥା ପରମ୍ । ମହାନଗର ନିଗମ ଅଞ୍ଚଳବାସୀ ନା ପାଇଛନ୍ତି ନିର୍ବାଚିତ ପ୍ରତିନିଧି ନା ପାଉଛନ୍ତି ସର୍ବନିମ୍ନ ପୌରସୁବିଧା । ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ସାଜିଛି ଦୁର୍ନୀତିର ଗନ୍ତାଘର ।
ଏମିତି ଅନେକ ସମସ୍ୟା ଘେରରେ ରହିଥିବା ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ ଅଦ୍ଭୁତ ସମସ୍ୟାରେ ଛନ୍ଦି ହୋଇଛନ୍ତି ୧୨ ପଞ୍ଚାୟତବାସୀ । ସେମାନେ ମହାନଗର ନିଗମର ସମସ୍ତ ସୁବିଧାରୁ ବଞ୍ଚିତ ରହିଛନ୍ତି । ମହାନଗର ନିଗମ ବିଜ୍ଞପ୍ତି ପ୍ରକାଶ ପରେ ନା ପାଇଛନ୍ତି ଗ୍ରାମାଞ୍ଚଳର ସୁବିଧା ନା ପାଉଛନ୍ତି ପୌରାଞ୍ଚଳର ସୁବିଧା । ଏହାକୁ ନେଇ ବିଭିନ୍ନ ସମୟରେ ଅନେକ ଆନ୍ଦୋଳନ କଲାପରେ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ପ୍ରଶାସନର ନିଦ୍ରା ଭଙ୍ଗ ହେଉନାହିଁ ।
ମହାନଗର ନିଗମ ବାସୀ ନା ପାଉଛନ୍ତି କେନ୍ଦ୍ରୀୟ ଯୋଜନାର ସୁଫଳ ନା ରାଜ୍ୟ ସରକାରଙ୍କ ଯୋଜନାର ସୁଫଳ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କୁ ପକ୍କା ଘର ଖଣ୍ଡିଏ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଛନ୍ତି ହଜାର ହଜାର କୋଟି ଟଙ୍କାର ଅନୁଦାନ । କିନ୍ତୁ, ବର୍ଷ ବର୍ଷ ବିତିଗଲା ପରେ ମଧ୍ୟ ଗରିବ ପରିବାର ପାଇ ପାରୁ ନାହାଁନ୍ତି ଯୋଜନାର ସୁଫଳ । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମ୍ପୂର୍ଣ୍ଣ ଆର୍ôଥକ ସହାୟତା ଯୋଗେଇ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ଭୂମିହୀନ ଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ ।
ଏହି ମର୍ମରେ ରେ ଆଜି ମାନେଶ୍ୱର ବ୍ଲକ ଅନ୍ତର୍ଗତ ପୁରୁଣା ୫ ପଞ୍ଚାୟତ ମାନେଶ୍ୱର, ଗୁଣ୍ଡେପୁର, ମଠପାଲି, ସିନ୍ଦୁର୍ପଙ୍କ, ଠେମରା ପଞ୍ଚାୟତ ର ଲୋକେ ଘେରିଥିଲେ ମାନେଶ୍ୱର ତହସିଲ କାର୍ଯ୍ୟାଳୟ । ଲେଙ୍ଗାଲି ବିଧାୟକ ନାଉରି ନାୟକ ଙ୍କ ନେତୃତ୍ୱରେ ପ୍ରାୟ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଆଜି ତହସିଲ କାର୍ଯ୍ୟାଳୟଠାରେ ପହଞ୍ଚି ଧାରଣା ଦେଇଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ଶେଷରେ ତହସିଲଦାର ଅଜୟ ତିୱାର ଆସି ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା କରିଥିଲେ । ସେ ଆସନ୍ତା ୨ ମାସ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଲାପରେ ଆନ୍ଦୋଳନରୁ ଓହରିଥିଲେ ।
ଏହି ଆନ୍ଦୋଳନରେ ମାନେଶ୍ୱର ବ୍ଲକ ଅଧକ୍ଷା ରୁକ୍ମିଣୀ ମହାନନ୍ଦ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ମିଶ୍ର , ସାଂସଦ ପ୍ରତିନିଧି ରମେଶ ପ୍ରଧାନ , ଧନୁପାଲି ମଣ୍ଡଳ ସଭାପତି ପ୍ରକାଶ ସାହୁ, ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଭରତ ସାହୁ, ଅନିଲ ବର୍ମା, ଭବାନୀ ସୋହେଲା, ବିଭୁତି ପଣ୍ଡା, ଚନ୍ଦନ ସାହାଣୀ, ସବିତା ପାଣିଗ୍ରାହୀ, ସଂଯୁକ୍ତା ସେଠ, ସୁଜାତା ଗୁରୁ, ନିଲିମା ବେହେରା, ମୃତ୍ୟୁଞ୍ଜୟ ସାହୁ, ମଣ୍ଟୁ ଅଗ୍ରୱାଲ, ଗୋପଲ ଅଗ୍ରୱାଲ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking