29.1 C
Bhubaneswar
Monday, August 15, 2022
Homeଅପରାଧନୂପୁରଙ୍କୁ ସମର୍ଥନ କରିବାରୁ ମୁଣ୍ଡକାଟ

ନୂପୁରଙ୍କୁ ସମର୍ଥନ କରିବାରୁ ମୁଣ୍ଡକାଟ

ନୂଆଦିଲ୍ଲୀ : ରାଜସ୍ଥାନର ଉଦୟପୁରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ ଦିନ ଦ୍ୱିପ୍ରହରରେ ୩ ଜଣ ଯୁବକ ଗଳା କାଟି ହତ୍ୟା କରିଛନ୍ତି । କୁହାଯାଉଛି ଯେ ମୃତ ବ୍ୟକ୍ତିଙ୍କ ୮ ବର୍ଷର ପୁଅ ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ୍ କରିଥିଲା । ଏଥିରେ ରାଗିଯାଇ ଯୁବକମାନେ ତାଙ୍କ ବାପାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏହାକୁ ହସ୍ପିଟାଲର ଶବଗୃହରେ ରଖିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି ।

ସୂଚନା ମୁତାବକ, ମୃତକଙ୍କ ନାଁ କହ୍ନେୟାଲାଲ । ତାଙ୍କ ୮ ବର୍ଷର ପୁଅ ମୋବାଇଲ ଫୋନରୁ ନୁପୂର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଏହାକୁ ନେଇ କିଛି ଯୁବକ ରାଗି ଯାଇଥିଲେ ଏବଂ ୩ ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ନାବାଳକଙ୍କ ବାପାଙ୍କୁ ଗଳା କାଟି ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ହିନ୍ଦୁ ସଙ୍ଗଠନରେ ଆକ୍ରୋଶ ଦେଖାଦେଇଛି । ଘଟଣାରେ ୨ ମୁସଲମାନ ଅଭିଯୁକ୍ତ ସମ୍ପୃକ୍ତ ଅଛନ୍ତି । ସେମାନେ ଏକ ଭିଡିଓ ଜାରି କରି ନିଜକୁ ହତ୍ୟା ପାଇଁ ଦାୟୀ କରିଛନ୍ତି । ସେପଟେ ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟ୍ୱିଟ୍ କରି କହିଛନ୍ତି କି, ଉଦୟପୁରରେ ଘଟିଥିବା ଜଘନ୍ୟ ହତ୍ୟାର ଭର୍ତ୍ସନା କରୁଛି । ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking