28.1 C
Bhubaneswar
Friday, April 26, 2024
Homeମନୋରଞ୍ଜନଦୁଷ୍କର୍ମ ମାମଲାରେ ଅଭିନେତା ବିଜୟ ବାବୁଙ୍କୁ ଜାମିନ

ଦୁଷ୍କର୍ମ ମାମଲାରେ ଅଭିନେତା ବିଜୟ ବାବୁଙ୍କୁ ଜାମିନ

ନୂଆଦିଲ୍ଲୀ : ମାଲାୟାଲମ ଫିଲ୍ମ ନିର୍ମାତା ତଥା ଅଭିନେତା ବିଜୟ ବାବୁଙ୍କୁ ନାଁରେ କେରଳର ଜଣେ ଅଭିନେତ୍ରୀ ଦୁଷ୍କର୍ମ ଅଭିଯୋଗ ଲଗାଇଥିଲେ। ଏହି ମାମଲାରେ ବିଜୟ ବାବୁଙ୍କୁ ସୋମବାର ଗିରଫ କରାଯାଇ ପରେ ଜାମିନ ପ୍ରଦାନ କରାଯାଇଛି। ଜୁନ୍ ୨୨ ରେ, ବିଜୟଙ୍କୁ କେରଳ ହାଇକୋର୍ଟରୁ ଦୁଷ୍କର୍ମ ମାମଲାରେ ଅଗ୍ରିମ ଜାମିନ ପ୍ରଦାନ କରାଯାଇଛି। ପୋଲିସ କହିଛି, ବିଜୟଙ୍କ ଗିରଫ ପଞ୍ଜିକୃତ ହୋଇଛି ଏବଂ ହାଇକୋର୍ଟ ଦେଇଥିବା ସର୍ତ୍ତ ଅନୁଯାୟୀ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ସମୟରେ ବିଜୟ ଫେସବୁକରେ କହିଛନ୍ତି, ଯାହା ହେଉନା କାହିଁକି ସେ ଉତ୍ତେଜିତ ହେବେ ନାହିଁ। ସେ କହିଛନ୍ତି, “ଅନୁସନ୍ଧାନରେ ଶତ ପ୍ରତିଶତ ସହଯୋଗ କରିବେ। ଶେଷରେ ସତ୍ୟ ଜିତିବ। ଭଗବାନ ଆଶୀର୍ବାଦ କରନ୍ତୁ। ସେ ଫେସବୁକରେ ଏକ ଫଟୋ ପୋଷ୍ଟ କରି କହିଛନ୍ତି, ନିରବତା ହେଉଛି ସର୍ବୋତ୍ତମ ଉତ୍ତର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking