36.7 C
Bhubaneswar
Tuesday, April 16, 2024
Homeଦେଶ ବିଦେଶଜୁଲାଇ ୧ରୁ ଦେଶରେ ବ୍ୟାନ୍ ହେବ ପ୍ଲାଷ୍ଟିକ

ଜୁଲାଇ ୧ରୁ ଦେଶରେ ବ୍ୟାନ୍ ହେବ ପ୍ଲାଷ୍ଟିକ

ନୂଆଦିଲ୍ଲୀ: ଜୁଲାଇ ୧ରୁ ଦେଶରେ ବ୍ୟାନ ହେବ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ । ଏଥିରୁ ପ୍ରସ୍ତୁତ ସାମଗ୍ରୀରେ ବ୍ୟାନ ଲଗାଇବା ପାଇଁ ଘୋଷଣା କରିଛି ପରିବେଶ ମନ୍ତ୍ରାଳୟ । ଏକକ ବ୍ୟବହାର ପ୍ଲାଷ୍ଟିକରେ ତିଆରି ବସ୍ତୁ କମ ବ୍ୟବହାର ହେବା ସହ ଆବର୍ଜନା ସୃଷ୍ଟି କରିଥାଏ । ଯେଉଁଥିପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ଜୁଲାଇ ୧ରୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ପ୍ରସ୍ତୁତି, ଆମଦାନୀ, ଷ୍ଟକ, ବିତରଣ, ବିକ୍ରି ଓ ବ୍ୟବହାରରେ ପ୍ରତିବନ୍ଧକ ଲାଗିବ । ପ୍ଲାଷ୍ଟିକ କପ, ଗ୍ଲାସ, ଚାମଚ, ଛୁରୀ, ଷ୍ଟ୍ର, ପିବିସିରେ ତିଆରି ୧୦୦ ମାଇକ୍ରୋନରୁ କମ ମୋଟା ବ୍ୟାନର ଆଉ ବଜାରରେ ଦେଖିବାକୁ ମିଳିବନି । ଏହା ବ୍ୟତୀତ ବେଲୁନ, ଇଅର ବଡ, ଆଇସକ୍ରିମ, କ୍ୟାଣ୍ଡି (ଚକୋଲେଟ)ରେ ବ୍ୟବହୃତ ପ୍ଲାଷ୍ଟିକ କାଠିକୁ ବି ବାଦ୍ ଦିଆଯାଇଛି । ପ୍ରତିବନ୍ଧିତ ବସ୍ତୁରେ ମିଠାଡବା, ସିଗାରେଟ ପ୍ୟାକେଟ, ନିମନ୍ତ୍ରଣ କାର୍ଡ ବି ସାମିଲ ରହିଛି । ସାଧାରଣତଃ ପ୍ଲାଷ୍ଟିକ ପେପର ଗୁଡିକ ପ୍ୟାକେଜିଂ ଉଦ୍ଦ୍ୟୋଗରେ ବହୁଳ ଭାବରେ ବ୍ୟବହୃତ ହୁଏ । ଏହା ଆଦ୍ରର୍ତାକୁ ନିୟନ୍ତ୍ରଣ କରି ସାମଗ୍ରୀକୁ ଖରାପ ହେବାରୁ ରକ୍ଷା କରିଥାଏ ।ପୂର୍ବରୁ ବି ପ୍ଲାଷ୍ଟିକ ନିର୍ମିତ କିଛି ସାମଗ୍ରୀ ଉପରେ ସରକାର କଟକଣା ଲଗାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking