30.1 C
Bhubaneswar
Saturday, April 27, 2024
Homeଓଡିଶାସ୍ୱାସ୍ଥ୍ୟକୁ ନେଇ ବିଜେପି-ବିଜେଡି ଭିଡ଼ା ଓଟରା

ସ୍ୱାସ୍ଥ୍ୟକୁ ନେଇ ବିଜେପି-ବିଜେଡି ଭିଡ଼ା ଓଟରା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା( ବିଏସ୍‌କେୱାଇ) ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍ ଭାରତ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ବିଜେପି – ବିଜେଡି ଭିତରେ ରାଜନୈତିକ ବୟାନ ବାଜି ଓ ଅକ୍ଷେପ ଓ ପ୍ରତିଆକ୍ଷେପ ଦୀର୍ଘଦିନ ହେଲା ଜାରି ରହିଛି । ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ଅଧିକ ବ୍ୟାପକ କରିବା ପାଇଁ ଏଥିରେ ସହାୟତା ରାଶି ଓ କେତେକ ଦିଗକୁ ପରିବର୍ତ୍ତନ କରି ପୁଣି ନୂଆ ଢ଼ଙ୍ଗରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିବାକୁ ଯାଉଥିବା ନେଇ ଖବର ପ୍ରକାଶ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବା ଲାଗି ପ୍ରସ୍ତାବ ରଖିଥିଲେ । ଏହାର ଯବାବ ଦେବାକୁ ଯାଇ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପାଲଟା ଟ୍ୱିଟ୍ କରି ବିଜୁ ସ୍ୱାସ୍ଥ୍ୟ ଯୋଜନା ଯଥେଷ୍ଟ ଭଲ ବୋଲି ଧର୍ମେନ୍ଦ୍ରଙ୍କୁ ଯବାବ ଦେଇଛନ୍ତି ।

ଦୁଇ ଦଳ ଭିତରେ ଏହି ସ୍ୱାସ୍ଥ୍ୟ ଯୋଜନାକୁ ନେଇ ବିବାଦ ତୁଟୁ ନାହିଁ । ଗତ ନିର୍ବାଚନରେ ମଧ୍ୟ ବିଜେପି ଏହାକୁ ପ୍ରସଙ୍ଗ କରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଳ୍ୟାଣ ଯୋଜନା ଲାଗୁକରିବା ପରଠାରୁ ବିଜେପି ନେତାମାନେ ବାରମ୍ବାର ସମାଲୋଚନା କରି ଆସୁଛନ୍ତି । ଆୟୁଷ୍ମାନ ଯୋଜନା ସର୍ବଭାରତୀୟ ସ୍ତରର ହୋଇଥିବାରୁ ଓଡ଼ିଶା ବାସୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହାକୁ ଗ୍ରହଣ କରିବା ପାଇଁ ବିଜେପି ପକ୍ଷରୁ ଏହାକୁ ଦାବି କରାଯାଇ ଆସୁଛି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱାରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଓ ଅନ୍ୟ ବିଜେପିର ବରିଷ୍ଠ ନେତାମାନେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଆସୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କରି ନାହାଁନ୍ତି । ବରଂ ଯୋଜନାକୁ ସଂଶୋଧିତ କରି ଏହାକୁ ଅଧିକ ଲୋକାଭିମୁଖି କରିବା ପାଇଁ ଉଦ୍ୟମ କରୁଥିବା କୁହାଯାଉଛି ।

ବିଜେପି ପକ୍ଷରୁ ଯୁକ୍ତି ଦର୍ଶାଯାଉଛି ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ସୁବିଧା ପାଇ ପାରୁ ନାହାଁନ୍ତି । ରାଜ୍ୟ ସରକାରଙ୍କ ଯୋଜନା କେବଳ ଏକ ଲୋକ ଦେଖାଣିଆ ବୋଲି ସେମାନେ କହୁଛନ୍ତି । ପ୍ରକୃତରେ ଗରିବ ଲୋକମାନେ ଏଥିରେ ଉପକୃତ ହୋଇ ପାରୁ ନାହାଁନ୍ତି । କିନ୍ତୁ ବିଜେଡି ଏକଥା ମାନିବାକୁ ନାରାଜ । ପାଲଟା ସମାଲୋଚନା କରି ଆୟୁଷ୍ମାନ ଅପେକ୍ଷା ବିଜୁ ସ୍ୱାସ୍ଥ୍ୟ ଯୋଜନା ଢ଼େର୍ ଗୁଣରେ ଭଲ ବୋଲି ଯୁକ୍ତି ଦର୍ଶାଇଛନ୍ତି । ବାସ୍ତବରେ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ଗରିବ ଲୋକମାନେ ଉପକୃତ ହେଉଛନ୍ତି ବୋଲି ବିଜେଡି ନେତାମାନେ କହିଛନ୍ତି । ଏହି ବାଦବିବାଦ ଭିତରେ ଉଭୟ ସକରାରଙ୍କ ସ୍ୱାସ୍ଥ୍ୟ ଯୋଜନା ଚାଲିଛି । ଓଡ଼ିଶାରେ ନବୀନ ଏହି ଯୋଜନାକୁ ଲାଗୁ କରାଇ ଦେବା ସପକ୍ଷରେ ନାହାଁନ୍ତି । କଂଗ୍ରେସ ଏଥିରେ ଉଭୟ ଦଳର ଯୋଜନାକୁ ସମାଲୋଚନା କରି ଭୋଟ୍ ରାଜନୀତି ପାଇଁ ଏପରି କରାଯାଉଥିବା କହୁଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ,

ଧର୍ମେନ୍ଦ୍ରଙ୍କ ଏହି ଟ୍ୱିଟ୍ ପରେ ତାଙ୍କୁ ଯବାବ ଦେବାକୁ ଯାଇ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ପାଲଟା ଟ୍ୱିଟ୍‌ରେ କହିଛନ୍ତି ଯେ,

ଏହି ବିବାଦ ଭିତରେ ମୁଖ୍ୟମନ୍ତ୍ରୀ ଶୁକ୍ରବାର ମାଲକାନଗିରିରୁ ଏହି ସଂଶୋଧିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ୯୬ଲକ୍ଷ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking