32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଜାଇକୋଭ-ଡି ଟିକାର ଅନୁମତିରେ ପ୍ରତିକ୍ରିୟା ଦେଇଛି ଡିଏମ୍‌ଇଟି, ଦୈନିକ ସଂକ୍ରମିତରୁ ୧୨% ଶିଶୁ

ଜାଇକୋଭ-ଡି ଟିକାର ଅନୁମତିରେ ପ୍ରତିକ୍ରିୟା ଦେଇଛି ଡିଏମ୍‌ଇଟି, ଦୈନିକ ସଂକ୍ରମିତରୁ ୧୨% ଶିଶୁ

ଭୁବନେଶ୍ୱର: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରର କାୟା ଜାରୀ ରହିଛି । ତା ସହ କରୋନାର ତୃତୀୟ ଲହରର ଭୟ ମଧ୍ୟ ଜାରୀ ରହିଛି । ଏତିକି ମଧ୍ୟରେ କେତେବେଳେ ସଂକ୍ରମଣ କମିବା ଖବର ମିଳୁଛି ତ କେତେବେଳେ ବଢ଼ିବା ଖବର । କରୋନା ସହ ଲଢ଼ିବା ପାଇଁ ଦେଶର ବିଭିନ୍ନ ଔଷଧ କମ୍ପାନୀ ମଧ୍ୟ ଚେଷ୍ଟା ଜାରୀ ରଖିଛନ୍ତି । ବିଦେଶରୁ ହେଉ ବା ଦେଶୀୟ ଟିକାକୁ ପରୀକ୍ଷା କରାଯାଇ ସଠିକ ପରୀକ୍ଷଣ ପରେ ଟିକା ଦେବାପାଇଁ ଅନୁମତି ମିଳୁଛି । ଇତି ମଧ୍ୟରେ ଜାଇଡସ୍‌ର ଜାଇକୋଭ-ଡି ଟିକାକୁ ଅନୁମତି ମିଳିଛି । କିନ୍ତୁ ଏହି ଟିକାକୁ ୧୨ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷଙ୍କୁ ଦିଆଯାଇପାରିବ । ଯାହାଦ୍ୱାରା ଶିଶୁ ମାନଙ୍କ ପାଇଁ ଏପର୍ଯ୍ୟନ୍ତ ଟିକା ଆସିପାରିନାହିଁ ।

ଜାଇଡସ୍‌ର ଜାଇକୋଭ-ଡି ଟିକାକୁ ଅନୁମତି ମିଳିବା ପରେ ଡିଏମ୍‌ଇଟି(ଡିରେକ୍ଟୋରେଟ୍ ଅଫ୍ ମେଡିକାଲ ଏଜୁକେସନ୍ ଆଣ୍ଡ୍ ଟ୍ରେନିଂ)ର ପ୍ରତିକ୍ରିୟା ଦେଖବାକୁ ମିଳିଛି । ଛୋଟ ପିଲାଙ୍କୁ ଜାଇଡସ୍ ଟିକା ଦେବାପାଇଁ ଜାତୀୟ ଗାଇଡ୍‌ଲାଇନ୍ ଏପର୍ଯ୍ୟନ୍ତ ଆସିପାରିନାହିଁ । ତେବେ ଗାଇଡଲାଇନ୍ ଆସିବାପରେ ଟିକା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜଣା ପଡ଼ିଛି । ତେବେ ଡିଏମ୍‌ଇଟି କହିଛି ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ୧୨% ଶିଶୁ ଚିହ୍ନଟ ହେଉଛନ୍ତି । ଇତି ମଧ୍ୟରେ ରାଜ୍ୟରେ ସ୍କୁଲ, କଲେଜ ମଧ୍ୟ ଖୋଲା ଗଲାଣି । ଯାହାଦ୍ୱାରା ଶିଶୁ ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ତେବେ କଟକ, ଭୁବନେଶ୍ୱରରେ ଲୋକେ କଟକଣା ମାନୁନଥିବାରୁ ସଂକ୍ରମଣ ବଢ଼ୁଛି ବୋଲି କୁହାଯାଇଛି । ଏମିତି ଚାଲିଲେ ଶିଶୁ ସଂକ୍ରମଣ ବଢ଼ିବ ବୋଲି ଡିଏମ୍‌ଟି ପ୍ରତିକ୍ରିୟା ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking