28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଜମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କୀ ହମଲା

ଜମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କୀ ହମଲା

ଜମ୍ମୁ : ଜମ୍ମୁ କଶ୍ମୀରର ପୁଲୱାମାରେ ଆତଙ୍କୀ ହମଲାରେ ଜଣେ ପୁଲିସ ଯବାନ ସହିଦ ହେବା ସହ ଆଉ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ହମଲା ପୁଲୱାମାର ପିଙ୍ଗଲାନାରେ ହୋଇଛି। ଏଠାରେ ଆରପିଏଫ୍ ଓ ପୁଲିସର ସଂଯୁକ୍ତ ପାର୍ଟି ଉପରକୁ ଆତଙ୍କବାଦୀମାନେ ଫାୟାରିଂ କରିଛନ୍ତି। ସଂପୃକ୍ତ ଅଞ୍ଚଳକୁ ନିୟନ୍ତ୍ରିତ କରିବା ପାଇଁ ସୈନ୍ୟଙ୍କୁ ପଠାଯାଇଛି। ଜମ୍ମୁ କାଶ୍ମୀର ପୁଲିସ ମାମଲାର ସୂଚନା ଦେଇ କହିଛି କି ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଉଛି । କଶ୍ମୀର ଜୋନ୍ ପୁଲିସ ଟ୍ୱିଟ୍ କରି ଘଟଣାର ସୂଚନା ଦେଇଛି। ଟ୍ୱିଟ୍ରେ କୁହାଯାଇଛି କି ଆତଙ୍କବାଦୀମାନେ ପୁଲୱାମାର ପିଙ୍ଗଲାନାରେ ପୁଲିସ ଓ ସିଆରପିଏଫ୍ର ସଂଯୁକ୍ତ ପାର୍ଟି ଉପରେ ଆକ୍ରମଣ କରିଛନ୍ତି । ଉଲ୍ଲେଖନୀୟ ଯେ, ଉକ୍ତ ହମଲାର କିଛି ଘଣ୍ଟା ପୂର୍ବେ ଜମ୍ମୁ କାଶ୍ମୀରର ଶୋପିୟାଂରେ ଲଶ୍କର ତୈୟବା ସହ ସମ୍ୱନ୍ଧ ରଖିଥିବା ଜଣେ ଆତଙ୍କୀକୁ ପୁଲିସ ଏନକାଉଣ୍ଟରରେ ମାରି ଦେଇଥିଲା । ଏହି ଆତଙ୍କୀ ଜଣକ ନସୀର ଅହମ୍ମଦ ଭଟ୍ଟ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking