34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ୟୁପି: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି । ତାଙ୍କୁ ଗୁରୁଗ୍ରାମ ଠାରେ ଥିବା ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି କି ତାଙ୍କୁ ଆଇସିୟୁ ଭିତରେ ରଖାଯାଇଛି । ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ସେପଟେ ସୂତ୍ର ସୂଚନା ମୁତାବକ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୁଶୀଲ କଟାରିଆ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଗଣମାଧ୍ୟମର ରିପୋର୍ଟ ମୁତାବକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବେ ଲକ୍ଷ୍ନୌରୁ ଗୁରୁଗ୍ରାମ ଯାଇଛନ୍ତି । ସେପଟେ ଶିବପାଲ ଯାଦବ ଏବେ ଦିଲ୍ଲୀରେ ଅଛନ୍ତି । ସୂଚନା ଥାଉକି କିଛିଦିନ ହେବ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଥିଲା । ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସା କରାଯାଇ ଘରକୁ ଅଣାଯାଇଥିଲା । ୮୨ ବର୍ଷିୟ ମୁଲାୟମ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଏହାସହ ତାଙ୍କର ପରିଶ୍ରା ନଳୀ ବି ସଂକ୍ରମିତ ହୋଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking