36.1 C
Bhubaneswar
Monday, May 6, 2024
Homeଦେଶ ବିଦେଶମହିଳାଙ୍କୁ ମୋଟି କହିବା କମ୍ପାନି ମାଲିକଙ୍କୁ ପଡ଼ିଲା ମହଙ୍ଗା

ମହିଳାଙ୍କୁ ମୋଟି କହିବା କମ୍ପାନି ମାଲିକଙ୍କୁ ପଡ଼ିଲା ମହଙ୍ଗା

ସ୍କଟଲ୍ୟାଣ୍ଡ: ମହିଳାଙ୍କ ବିରୋଧରେ ଆପତ୍ତିଜନକ ବୟାନ ସବୁସ୍ଥାନରେ ଭୁଲ ବୋଲି ଧରାଯାଇଥାଏ । ତେବେ ସେ ଜାତିପ୍ରଥା, ଶାରୀରିକ କିମ୍ବା ମାନସିକ ନିର୍ଯ୍ୟାତନା ହେଉ । ଏସବୁ ବିରୋଧରେ ଅନେକ ଦେଶରେ କଠୋର ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି । ଏହିପରି ମାମଲା କେବଳ ଘରୋଇ ନୁହେଁ । ଅନେକ ଥର ମହିଳାମାନଙ୍କୁ କର୍ମକ୍ଷେତ୍ରରେ ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ । ଅନେକ କ୍ଷେତ୍ରରେ ଚାକିରି ଯିବା ଭୟରେ ମହିଳାମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରି ନଥାଆନ୍ତି । ନିକଟରେ ସ୍କଟଲ୍ୟାଣ୍ଡରର ଏକ ଘରୋଇ କମ୍ପାନିର ମାଲିକ ଜଣେ ମହିଳା କର୍ମଚାରୀଙ୍କୁ ମୋଟି ବୋଲି କହି ଅପମାନିତ କରିଥିଲେ । ଏହା ମାଲିଙ୍କୁ ମହଙ୍ଗା ପଡ଼ିଯାଇଛି ।

ମହିଳାଙ୍କୁ କାର୍ଯ୍ୟାଳୟ ଭିତରେ ଏସବୁ ଶୁଣିବା ପରେ ଭଲ ଲାଗି ନଥିଲା । ସେ ପ୍ରଥମେ ଚୁପ ରହିବେ ବୋଲି ଭାବିଥିଲେ, କିନ୍ତୁ ତାଙ୍କ ଆତ୍ମସମ୍ମାନକୁ ଯେତେବେଳେ ଆଞ୍ଚ ଆସିଥିଲା ସେ ଏହି ଅଭିଯୋଗ ନେଇ କୋର୍ଟରେ ପହଞ୍ଚି ଯାଇଥିଲେ । ଏହା ପରେ କୋର୍ଟ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରିଥିଲେ । ମହିଳା ବସ୍‌ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋର୍ଟ ୧୯ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏପଟେ କୋର୍ଟରେ ମହିଳା କର୍ମଚାରୀ ଅଭିଯୋଗ କରିଥିବା ଜାଣିବା ପରେ ବସ୍ ଦେଶଛାଡ଼ି ଚାଲି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking