39.1 C
Bhubaneswar
Wednesday, April 24, 2024
Homeଓଲିଉଡପୁଣି ଗଣମାଧ୍ୟମ ଆଗରେ ନିଜ ମନ କଥା ଖୋଲି କହିଲେ ହ୍ୟୁମାନ, ମୁଁ ବାସ ଏତିକି...

ପୁଣି ଗଣମାଧ୍ୟମ ଆଗରେ ନିଜ ମନ କଥା ଖୋଲି କହିଲେ ହ୍ୟୁମାନ, ମୁଁ ବାସ ଏତିକି ଚାହେଁ..

କଟକ: ଓଲିଉଡର ଆଗ ଧାଡିର ଗାୟକ ହ୍ୟୁମାନ ସାଗରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଶେୟା । ହ୍ୟୁମାନ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏହା ସହିତ ତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଉଥିବାର ସେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସେ ମହିଳା ଥାନାରେ ତାଙ୍କ ନାମରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଉଭୟ ଦମ୍ପତ୍ତିଙ୍କୁ ଥାନାରୁ ଡାକରା ଆସିଥଲା । ସମନ ପାଇଁ ଗତକାଲି ପୋଲିସ ଷ୍ଟେସନରେ ଦ୍ୱାରସ୍ଥ ହୋଇଥିଲେ ହ୍ୟୁମାନ ।

ଏହାପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ତାଙ୍କ ନାମରେ ଯେଉଁ ଅଭିଯୋଗ କରାଯାଇଛି ତାହା ହେଉଛି ସମ୍ପୂର୍ଣ୍ଣ ମିଥ୍ୟା ।ଶ୍ରେୟା ଯାହା ସବୁ ଅଭିଯୋଗ କରିଛନ୍ତି ତାହା ଶୁଣି ସେ ଆଶ୍ଚର୍ଯ୍ୟ ବୋଲି କହିବା ସହିତ ଆଣି ପୁଣି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ହ୍ୟୁମାନ । ସେ କହିଛନ୍ତି ଆମେ ୫ ମିନିଟ ଭିତରେ ସମସ୍ତ କଥା ଅଭିଯୋଗ ଶୁଣି ଏହାକୁ ସମାଧାନ କରିବା ପାଇଁ କହିଥିଲୁ । ଆମେ କୌଣସି କେସ ଚାହୁଁ ନାହୁଁ । ମୋ ଘର ସଦସ୍ୟ ତାଙ୍କୁ ଏବଂ ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି । ଆମେ କେବେ ବି ଏଭଳି କାର୍ଯ୍ୟ ଆଶା କରୁ ନଥିଲୁ । ଯଦି ଏଭଳି କିଛି ଘଟିଛି ତାହା ଯଥା ଶୀଘ୍ର ଆପୋଷ ବୁଝାବଣାରେ ସମାପ୍ତି କରିବାକୁ ଆମେ ଚାହୁଁଛୁ । କିନ୍ତୁ ଶ୍ରେୟା ଏହା ଚାହୁଁଛନ୍ତି କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ । ସେ ଆଣିଥିବା ଅଭିଯୋଗ ସବୁ ମିଥ୍ୟା । ମୁଁ ଜାଣିଛି ଓଡିଶା ବାସୀ ମୋ ସହିତ ଅଛନ୍ତି । ଆଉ ଜୀବନ ଥିବା ପର୍ଯ୍ୟନ୍ତ ମୁଁ ଗାଉଥିବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking