28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମହିଳା ହକିରେ ଭାରତର ଦମଦାର୍ ବିଜୟ

ମହିଳା ହକିରେ ଭାରତର ଦମଦାର୍ ବିଜୟ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ନବମ ଦିନ । ଅଲିମ୍ପିକ୍ସ ମହିଳା ହକିରେ ଦମଦାର ବିଜୟୀ ହୋଇଛି ଭାରତ । ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି ଭାରତ । ପୁଲ-ଏ ରେ ଭାରତ ଦ୍ୱିତୀୟ ବିଜୟ ହୋଇଛି । ଭାରତ ପକ୍ଷରୁ ହ୍ୟାଟ୍ରିକ୍ ଗୋଲ ଦେଇ ଇତିହାସ ରଚିଛନ୍ତି ବନ୍ଦନା କଟାରିୟା । ତେବେ ଅଲିମ୍ପିକରେ ହ୍ୟାଟ୍ରିକ ସ୍କୋର କରି ବନ୍ଦନା କଟାରିୟା ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇଛନ୍ତି । ବିଜୟ ସହ ମହିଳା ହକି ଦଳର କ୍ୱାର୍ଟର ଫାଇନାଲରେ ପହଞ୍ଚିବାର ଆଶା ବଢ଼ିଛି । ଆୟରଲ୍ୟାଣ୍ଡକୁ ଯଦି ଆଜି ଇଂଲଣ୍ଡ ପରାସ୍ତ କରିବ, ତେବେ କ୍ୱାର୍ଟରରେ ପହଞ୍ଚିଯିବ ଭାରତ । ସେହିପରି ଆଜି ଡିସକସ୍ ଥ୍ରୋରେ ଭାରତର କମଲପ୍ରୀତ କୌର ଶାନଦାରତ ପ୍ରଦର୍ଶନ କରିଛନ୍ତି । ବିଜୟ ସହିତ ସେ ଫାଇନାଲରେ ପ୍ରବେଶ କରିଛନ୍ତି । ତୃତୀୟ ପ୍ରୟାସରେ ୬୪ ମିଟର ପର୍ଯ୍ୟନ୍ତ ଥ୍ରୋ କରିଛନ୍ତି କମଲପ୍ରୀତ । କମଲପ୍ରୀତ ଭାରତକୁ ପଦକ ଦେବାକୁ ଅତି ନିକଟତର ହୋଇଛନ୍ତି ।

ଅନ୍ୟପଟେ,  ଡିସକସ୍ ଥ୍ରୋରେ ଭାରତର କମଲପ୍ରୀତ କୌର ଶାନଦାର ପ୍ରଦର୍ଶନ କରିଛନ୍ତି। ବିଜୟ ସହିତ ସେ ଫାଇନାଲରେ ପ୍ରବେଶ କରିଛନ୍ତି । ତୃତୀୟ ପ୍ରୟାସରେ ୬୪ ମିଟର ପର୍ଯ୍ୟନ୍ତ ଥ୍ରୋ କରିଛନ୍ତି କମଲପ୍ରୀତ । କମଲପ୍ରୀତ ଭାରତକୁ ପଦକ ଦେବାକୁ ଅତି ନିକଟତର ହୋଇଛନ୍ତି । ଫାଇନାଲକୁ ଯୋଗ୍ୟତା ହାସଲ ସହ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି କମଲପ୍ରୀତ । ୨ ତାରିଖରେ ପଦକ ପାଇଁ ସେ ପ୍ରତିଦ୍ୱନ୍ଦିତା କରିବେ । ଏହା ବ୍ୟତିତ ତୀରନ୍ଦାଜ ଓ ବକ୍ସିଂରେ ଭାରତ ନିରାଶ ହୋଇଛି । ତୀରନ୍ଦାଜ ଅତନୁ ଦାଶ ଓ ବକ୍ସର ଅମିତ ହାରି ବାହାର ହୋଇଛନ୍ତି ।

ଡିସକସ୍ ଥ୍ରୋରେ ଚମକିଲେ କମଲପ୍ରୀତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking