34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶରାମଦେବଙ୍କ ପିଛା ଛାଡ଼ୁନି ବିବାଦ

ରାମଦେବଙ୍କ ପିଛା ଛାଡ଼ୁନି ବିବାଦ

ନୂଆଦିଲ୍ଲୀ : ଏଲୋପାଥିକୁ ନେଇ ଅଶୋଭନୀୟ ଟିପ୍ପଣୀ ପାଇଁ ଦିଲ୍ଲୀ ହାଇକୋର୍ଟ ଯୋଗ ଗୁରୁ ବାବା ରାମଦେବଙ୍କୁ ନୋଟିସ୍ ଜାରି କରିଛନ୍ତି । ବାବା ରାମଦେବ ଏଲୋପାଥି ଓ ଡାକ୍ତରମାନଙ୍କ ସମ୍ବନ୍ଧରେ ଭୁଲ୍ ତଥ୍ୟର ପ୍ରସାର କରାଉଥିବା ଏହି ନୋଟିସରେ କହିଛନ୍ତି ହାଇକୋର୍ଟ । ଅଗଷ୍ଟ ୧୦ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି କରାଯିବ । ପୂର୍ବରୁ ବାବା ରାମଦେବ ଏଲୋପାଥି ଓ ଡାକ୍ତରମାନଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେବା ସହ କୋଭିଡ୍ ସମୟରେ ଡାକ୍ତରମାନଙ୍କ କାମକୁ ମଧ୍ୟ ସମାଲୋଚନା କରିଥିଲେ । ତେବେ ବାବା ରାମଦେବଙ୍କ ଟିପ୍ପଣୀକୁ ନେଇ ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ସେ ପ୍ରତିକ୍ରିୟା ରଖିଥିଲେ । ଏହାସହ କିଛି ଦିନ ପରେ ସେ ଦେଇଥିବା ମନ୍ତବ୍ୟକୁ ଫେରାଇ ନେଇଥିଲେ ।

ତେବେ ବାବା ରାମଦେବଙ୍କ ମନ୍ତବ୍ୟକୁ ନେଇ ସେତେବେଳେ ସବୁଆଡ଼ୁ ସମୋଲୋଚନାର ସୁଅ ଛୁଟିଥିଲା । ଯାହା ପରେ ତତ୍କାଳୀନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ବାବା ରାମଦେବଙ୍କୁ ତାଙ୍କ ମନ୍ତବ୍ୟ ଫେରାଇ ନେବାକୁ କହିଥିଲେ । ସେପଟେ ଆଇଏମ୍ଏ ଏହାକୁ ନେଇ ତାଙ୍କ ବିରୋଧରେ ଏକ ମାନହାନୀ ମକଦ୍ଦମା ଦାଏର କରିଥିଲା । ସେତେବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଥିଲେ ଯେ, ଏଲୋପାଥି ଔଷଧ ନେଇ ବାବା ରାମଦେବ ଯେଉଁ ମନ୍ତବ୍ୟ ଦେଇଥିଲେ ସେହି ମନ୍ତବ୍ୟ କରୋନା ଯୋଦ୍ଧାଙ୍କୁ ଆଘାତ ଦେଇଛି । ଲୋକଙ୍କ ଜୀବନ ବଞ୍ଚାଉଥିବା ଏଲୋପାଥିକୁ ନେଇ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଏଲୋପାଥିକୁ ତମାସା, ବେକାର ଓ ଦେବାଳିଆ କହିବା ଦୁର୍ଭାଗ୍ୟଜନକ ବୋଲି ଚିଠିରେ ଦର୍ଶାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । କରୋନା ଯୁଦ୍ଧରେ ଦେଶର ହଜାର ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଜୀବନ ଦେଇଛନ୍ତି । ଏଭଳି ସମୟରେ ଏମିତି ବକ୍ତବ୍ୟ ସେମାନଙ୍କୁ ଓ ଦେଶବାସୀଙ୍କୁ ଆଘାତ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking