26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଏନ୍‌ସିବିକୁ ଟାର୍ଗେଟ: ୫ ମାମଲାରେ ସମାନ ସାକ୍ଷୀ

ଏନ୍‌ସିବିକୁ ଟାର୍ଗେଟ: ୫ ମାମଲାରେ ସମାନ ସାକ୍ଷୀ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍‌ସ ମାମଲାରେ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସମେତ ୧୧ ଜଣଙ୍କୁ ଗିରଫ କରି ଏନ୍‌ସିବି (ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ) ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଅବଶ୍ୟ ଆର୍ଯ୍ୟନ୍‌ଙ୍କୁ ଖସାଇବାକୁ ଏନ୍‌ସିବି ୨୫ କୋଟି ଟଙ୍କା ଦାବି କରୁଥିବା ନେଇ ଜଣେ ସାକ୍ଷୀ ଚାଞ୍ଚଲ୍ୟକର ବୟାନ ଦେବାପରେ ଏନ୍‌ସିିବି ପକ୍ଷରୁ ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇସାରିଛି । ଏଥିରେ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ରାଜନୈତିକ ଆକ୍ରୋଶର ଶିକାର ହୋଇପଡିଛନ୍ତି । ତେବେ ବଲିଉଡ୍‌ରେ ଡ୍ରଗ୍‌ସ କାରବାର ରୋକିବାକୁ ଏନ୍‌ସିବିର ଲଗାତାର ଉଦ୍ୟମ ଜାରି ରହିଥିଲେ ସୁଦ୍ଧା ଏହାର କାର୍ଯ୍ୟଶୈଳୀକୁ ନେଇ ଆପତ୍ତି ଉଠିଛି ।

ବିଗତ ଏକବର୍ଷ ମଧ୍ୟରେ ଏନ୍‌ସିବି ୫ଟି ଡ୍ରଗ୍‌ସ ମାମଲା ରୁଜୁ କରିଥିବାବେଳେ ସବୁବେଳେ ଜଣେ ମୁଖ୍ୟ ସାକ୍ଷୀଙ୍କୁ ଉପସ୍ଥାପନ କରୁଥିବା ଅଭିଯୋଗ ହୋଇଛି । ଏହି ସାକ୍ଷୀଜଣକ ହେଉଛନ୍ତି ମୁମ୍ବାଇର ଯୋଗେଶ୍ୱରୀ ଅଞ୍ଚଳର ବାସିନ୍ଦା ଆଦିଲ ଫଜଲ ଉସ୍‌ମାନି । ପ୍ରତ୍ୟେକ ୫ଟି ମାମଲାରେ ଏନ୍‌ସିବି ପକ୍ଷରୁ ଆଦିଲଙ୍କୁ ମୁଖ୍ୟ ସାକ୍ଷୀଭାବେ ଅଦାଲତରେ ଉପସ୍ଥାପନ କରାଯାଉଛି । ଅବଶ୍ୟ ଆର୍ଯ୍ୟନଙ୍କ ମାମଲାରେ ଆଦିଲଙ୍କ ବ୍ୟତୀତ କିରଣ ଗୋସାଭି, ପ୍ରଭାକର ସାଇଲ ଓ ମନୀଷ ବାହୁବଳୀଙ୍କ ଭଳି ୧୦ ଜଣଙ୍କୁ ସାକ୍ଷୀଭାବେ ଉପସ୍ଥାପନ କରାଯାଇଛି । ତେବେ ଏହି ସାକ୍ଷୀଙ୍କ ମନ୍ତବ୍ୟରେ କୌଣସି ତାଳମେଳ ରହୁନଥିବା ଲକ୍ଷ୍ୟ କରାଯାଇଛି ।

ଗୋସାଭି ଜଣେ ଘରୋଇ ଗୁଇନ୍ଦା ହୋଇଥିବାବେଳେ ପ୍ରଭାକର ହେଉଛନ୍ତି ତାଙ୍କର ପୂର୍ବତନ ବ୍ୟକ୍ତିଗତ ସୁରକ୍ଷାକର୍ମୀ । ଆର୍ଯନ୍‌ଙ୍କୁ ଖସାଇବାକୁ ଗୋସାଭି ଜଣେ ବ୍ୟକ୍ତିଙ୍କଠାରୁ ନଗଦ ୫୦ ଲକ୍ଷ ଟଙ୍କା ଗ୍ରହଣ କରିଥିଲେ ବୋଲି ପ୍ରଭାକର ଦେଇଥିବା ବୟାନକୁ ଗୋସାଭି ଖଣ୍ଡନ କରିଛନ୍ତି । ଆଦିଲଙ୍କୁ କାହିଁକି ସବୁବେଳେ ମୁଖ୍ୟ ସାକ୍ଷୀ ମନୋନୀତ କରାଯାଉଛି, ସେ ସମ୍ପର୍କରେ ସ୍ପଷ୍ଟିକରଣ ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking