30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଆଉ ୫ ବର୍ଷ ଦାୟିତ୍ୱରେ ରହିବେ ‘ହୁ’ ମୁଖ୍ୟ

ଆଉ ୫ ବର୍ଷ ଦାୟିତ୍ୱରେ ରହିବେ ‘ହୁ’ ମୁଖ୍ୟ

ଜେନିଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମହାନିର୍ଦ୍ଦେଶକ ପଦରେ କାର୍ଯ୍ୟ କରୁଥିବା ଟେଡ୍ରସ ଆଧାନମ୍ ଘେବ୍ରେୟେସସ୍ ଆହୁରି ୫ ବର୍ଷ ଏହି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି । ଘେବ୍ରେୟେସସ୍‌ଙ୍କ କାର୍ଯ୍ୟକାଳ ଆସନ୍ତାବର୍ଷ ଜୁଲାଇରେ ପୁରିଯାଉଛି । ତେବେ ମହାନିର୍ଦ୍ଦେଶକ ପଦ ପାଇଁ ହୁ ପକ୍ଷରୁ ଆବେଦନପତ୍ର ଆହ୍ୱାନ କରାଯାଇଥିବାବେଳେ କେବଳ ଘେବ୍ରେୟେସସ୍ ହିଁ ଆବେଦନ କରିଥିବା କୁହାଯାଇଛି । ତେଣୁ ଘେବ୍ରେୟେସସ୍ ଆଉ ୫ ବର୍ଷ ଏହି ଦାୟିତ୍ୱ ତୁଲାଇବେ ବୋଲି ହୁ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

୫୬ ବର୍ଷୀୟ ଘେବ୍ରେୟେସସ୍ ବ୍ରିଟେନରୁ ଗୋଷ୍ଠୀସ୍ୱାସ୍ଥ୍ୟ ପ୍ରସଙ୍ଗରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି । ସେ ୨୦୦୫ରୁ ୨୦୧୨ ପର୍ଯ୍ୟନ୍ତ ଇଥିଓପିଆର ସ୍ୱାସ୍ଥ୍ୟମନ୍ତ୍ରୀ ଓ ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ବିଦେଶମନ୍ତ୍ରୀଭାବେ କାର୍ଯ୍ୟ କରିବାପରେ ୨୦୧୭ ଜୁଲାଇ ୧ରେ ହୁ ମହାନିର୍ଦ୍ଦେଶକଭାବେ ଯୋଗଦେଇଥିଲେ । ୨୦୨୦ରେ କୋଭିଡ୍ ସଂକ୍ରମଣ ଆରମ୍ଭ ହେବାପରେ ଘେବ୍ରେୟେସସ୍‌ଙ୍କ ରଣନୀତିକୁ ବିଶ୍ୱବ୍ୟାପୀ ପ୍ରଂଶସା କରାଯାଇଥିଲା । ତେବେ ଚୀନ୍ କୋଭିଡ୍‌ର ଉତ୍ପତ୍ତିସ୍ଥଳ ବୋଲି ହୁ ସ୍ୱୀକାର ନକରିବା ଫଳରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କ୍ଷୁବ୍ଧ ହୋଇ ହୁ’ରୁ ଆମେରିକାର ସଦସ୍ୟତା ପ୍ରତ୍ୟାହାର ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking