28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶୱାଙ୍ଖେଡେଙ୍କ ବିରୋଧରେ ପୁଲିସ ତଦନ୍ତ ଆରମ୍ଭ

ୱାଙ୍ଖେଡେଙ୍କ ବିରୋଧରେ ପୁଲିସ ତଦନ୍ତ ଆରମ୍ଭ

ମୁମ୍ବାଇ: ଆର୍ଯ୍ୟନ୍ ଖାନ୍‌ଙ୍କୁ ଡ୍ରଗ୍‌ସ ମାମଲାରୁ ଖସାଇବାକୁ ୨୫ କୋଟି ଟଙ୍କାର ଲାଞ୍ଚ୍ କାରବାର ହୋଇଥିବା ଅଭିଯୋଗକୁ ଆଧାର କରି ମୁମ୍ବାଇ ପୁଲିସ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଛି । ଏସିପି ପାହ୍ୟା ଅଧିକାରୀ ମିଲିନ୍ଦ ଖେତ୍‌ଲେ ଏହି ଚାରିଜଣିଆ ତଦନ୍ତ ଦଳର ନେତୃତ୍ୱ ନେଉଛନ୍ତି । ତଦନ୍ତକାରୀ ଦଳର ଅନ୍ୟ ତିନିଜଣ ସଦସ୍ୟ ହେଲେ ଇନିସପେକ୍ଟର ଅଜୟ ସାୱନ୍ତ (କୋଲାବା ଥାନା), ସବ୍‌ଇନିସପେକ୍ଟର ପ୍ରକାଶ ଗାୱଲି (ସାଇବର ଥାନା) ଓ ଆସିଷ୍ଟାଣ୍ଟ ସବ୍‌ଇନିସପେକ୍ଟର ଶ୍ରୀକାନ୍ତ କର୍କର (ମୁମ୍ବାଇ ପୁଲିସର ଆଣ୍ଟି ନାର୍କୋଟିକ୍ ସେଲ୍‌) । ତଦନ୍ତକାରୀ ଦଳ ଇତିମଧ୍ୟରେ ବିଭିନ୍ନ ଘଟଣାସ୍ଥଳର ଭିଡିଓ ଫୁଟେଜ ସମେତ ଏନ୍‌ସିବି ଅଧିକାରୀ ଓ ଦଲାଲଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍ ବାର୍ତ୍ତାଳାପର ରେକର୍ଡିଂ ହାସଲ କରିସାରିଛି । ଯଦି ଆର୍ଯ୍ୟନ୍‌ଙ୍କୁ ଖସାଇବାକୁ ଏନ୍‌ସିବିର କୌଣସି ଅଧିକାରୀ ଲାଞ୍ଚ ଦାବି କରିଥିବାର ପ୍ରମାଣ ମିଳେ, ତେବେ ତାଙ୍କ ବିରୋଧରେ ଏତଲା ଦାଏର କରାଯିବ ବୋଲି ମୁମ୍ବାଇ ପୁଲିସ ପକ୍ଷରୁ କୁହାଯାଇଛି । ଏହି ମାମଲାରେ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି ।

କାରଣ ଅକ୍ଟୋବର ୩ରେ କର୍ଡେଲିଆ ଜାହାଜ ଉପରେ ଯେଉଁ ଚଢଉ କରାଯାଇଥିଲା, ତାହାର ନେତୃତ୍ୱ ୱାଙ୍ଖେଡେ ନେଇଥିଲେ । ଏପରିକି ଆର୍ଯ୍ୟନ୍‌ଙ୍କୁ ମାମଲାରୁ ମୁକ୍ତ କରିବାକୁ ଏନ୍‌ସିବି ୨୫ କୋଟି ଟଙ୍କା ଦାବି କରିଥିଲା ବୋଲି ଘଟଣାର ଅନ୍ୟତମ ସାକ୍ଷୀ ପ୍ରଭାକର ସାଇଲ ସତ୍ୟପାଠ ଜରିଆରେ ଅଦାଲତଙ୍କୁ ଜଣାଇସାରିଥିବାବେଳେ ଏନ୍‌ସିବି ପକ୍ଷରୁ ଏହାର ପୃଥକ ଭିଜିଲାନ୍ସ ତଦନ୍ତ ମଧ୍ୟ ଆରମ୍ଭ ହୋଇସାରିଛି । ୨୫ କୋଟି ଲାଞ୍ଚ କାରବାର ସମ୍ପର୍କରେ ସାଇଲ ବୟାନ ଦେବାପରେ ମୁମ୍ବାଇର ୪ଟି ଥାନାରେ ୱାଙ୍ଖେଡେ ଓ ଅନ୍ୟ ଏନ୍‌ସିବି ଅଧିକାରୀଙ୍କ ବିରୋଧରେ ଏତଲା ଦାଏର ହୋଇସାରିଛି । ୱାଙ୍ଖେଡେ ଅବଶ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଥିବାବେଳେ ତାଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର ଚାଲିଛି ବୋଲି ବମ୍ବେ ହାଇକୋର୍ଟଙ୍କୁ ଜଣାଇସାରିଛନ୍ତି । ଏଥିସହିତ ତାଙ୍କୁ ସୁରକ୍ଷା ଯୋଗାଇବାକୁ ୱାଙ୍ଖେଡେ ହାଇକୋର୍ଟରେ ପ୍ରାର୍ଥନା କରିଥିବାବେଳେ ତାଙ୍କୁ ଆଶ୍ୱସ୍ତି ମଧ୍ୟ ମିଳିସାରିଛି । ମାମଲାର ଶୁଣାଣି ସମୟରେ ମୁମ୍ବାଇ ପୁଲିସ କହିଥିଲା ଯେ ୱାଙ୍ଖେଡେଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ୭୨ ଘଣ୍ଟା ପୂର୍ବରୁ ତାଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking