32.1 C
Bhubaneswar
Friday, April 26, 2024
Homeଓଡିଶାପୁରୀ ବଳିଆପଣ୍ଡାରେ ସୁଜଳ –ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନର ଶୁଭାରମ୍ଭ

ପୁରୀ ବଳିଆପଣ୍ଡାରେ ସୁଜଳ –ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନର ଶୁଭାରମ୍ଭ

ପୁରୀ :  ପୁରୀ ବଳିଆପଣ୍ଡାରେ ସୁଜଳ –ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଉଦଘାଟନ କରିଛନ୍ତି । ଏହି ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ପାଇବେ ପୁରୀ ସହରବାସୀ । ସହରରେ ୨ ଦଶମିକ ୫ ଲକ୍ଷ ଲୋକ ୨୪ ଘଣ୍ଟା ପାଇପ ଯୋଗେ ବିଶୁଦ୍ଧ ଜଳ ପାଇବେ । ଏହି ପ୍ରକଳ୍ପ ଦ୍ୱାରା ବାର୍ଷିକ ୨ କୋଟି ପର୍ଯ୍ୟଟକ ଉପକୃତ ହେବେ । ଟ୍ୟାପ ଯୋଗେ ୨୪ ଘଂଟା ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଲଣ୍ଡନ, ଲସଆଞ୍ଜେଲସ୍‌,ସିଙ୍ଗାପୁର ଭଳି ସହର ମଧ୍ୟରେ ଏବେ ପୁରୀ ବି ସାମିଲ ହୋଇଛି ।ପୁରୀବାସୀଙ୍କ ପାଇଁ ଆରମ୍ଭ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନ । ପୁରୀବାସୀଙ୍କୁ ସିଧାସଳଖ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ମିଳିବ । ଏଣିକି ୨.୫ ଲକ୍ଷ ଲୋକ ୨୪ ଘଣ୍ଟା ପାଇପ୍ ଯୋଗେ ବିଶୁଦ୍ଧ ପାଣି ପାଇବେ । ଏହା ଦ୍ୱାରା ବାର୍ଷିକ ୨ କୋଟି ପର୍ଯ୍ୟଟକ ଉପକୃତ ହେବେ। ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅନ୍ତର୍ଜାତୀୟ ସହରମାଳାରେ ପୁରୀ ସାମିଲ ହୋଇଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଭୁବନେଶ୍ୱର ଓ ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ – ସୁଜଳ ଲୋକାର୍ପିତ କରିଥିଲେ । ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ଏହାଦ୍ୱାରା ଲୋକମାନେ ଉନ୍ନତ ଦେଶର ଲୋକମାନଙ୍କ ପରି ସିଧାସଳଖ ଟ୍ୟାପ୍ ରୁ ପାଣି ଆଣି ପିଇ ପାରିବେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଆଧାରରେ ବ୍ୟବସ୍ଥାର ରୂପାନ୍ତର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking