26.1 C
Bhubaneswar
Tuesday, May 7, 2024
Homeଓଡିଶାଭ୍ରମ ସୃଷ୍ଟି କଲା ବେରଙ୍ଗୀ ଚାଉଳ 

ଭ୍ରମ ସୃଷ୍ଟି କଲା ବେରଙ୍ଗୀ ଚାଉଳ 

କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଯୋଗାଣ ବିଭାଗ ଦ୍ୱାରା ଦିଆଯାଉଥିବା ପିଡିଏସ ଚାଉଳରେ ପ୍ଲାଷ୍ଟିକ ଚାଉଳର ନମୁନା ଥିବାର ଅଭିଯୋଗ ଉପଭକ୍ତା ଗଣମାଧ୍ୟମ ଦ୍ୱାରା ପ୍ରକାଶ କରିଥିଲେ ଏବଂ ଚାଉଳରେ ଅପମିଶ୍ରଣର ସୂଚନା ପ୍ରସାରଣ କରି ପ୍ରଶାସନଙ୍କୁ ଅବଗତ କରେଇବାର ଅନୁରୋଧ ମଧ୍ୟ କରିଥିଲେ l ଜନ ସାଧାରଣଙ୍କ ଅଭିଯୋଗ ଏବଂ ଚାଉଳ ନମୁନା ଆଧାରରେ ବିଭିନ୍ନ ଗଣମାଧ୍ୟ୍ୟମରେ ଜନତାଙ୍କ ସ୍ୱର ହୋଇ ଖବରଟି ପ୍ରକାଶିତ ହୋଇଥିଲା ଏବଂ ବିଭାଗୀୟ ଅଧିକାରୀଙ୍କୁ ଏହାର ସତ୍ୟାସତ୍ୟ ପରୀକ୍ଷଣ କରି ଉପଭକ୍ତାଙ୍କ ସମସ୍ୟା ଲାଘବ କରେଇବା ପାଇଁ ଅନୁରୋଧ ମଧ୍ୟ କରଯାଇଥିଲା l

ବିଭାଗୀୟ ଅଧିକାରୀ ଏହି ସମ୍ବେଦନଶିଳ ଘଟଣାଟିର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଥିଲେ ତନ୍ନ ମଧ୍ୟରେ ସୋସିଆଲ ମିଡିୟାରେ ଗୁମୁଡା ପଞ୍ଚାୟତ ଏବଂ ଘୁମର ପଂଚାୟତରେ ଉପଭକ୍ତlଙ୍କ ଚାଉଳକୁ ନେଇ ଏହିଭଳି ଅଭିଯୋଗ ସାମ୍ନାକୁ ଆସିଥିଲା ଏଭଳିକି ଲୋକେ ଗ୍ରାମପଞ୍ଚାୟତରେ ତାଲା ମଧ୍ୟ ପକାଇଥିଲେ l ବିଭାଗୀୟ ଅଧିକାରୀ ନିଜେ ଅଭିଯୋଗ ହୋଇ ଥିବା ୱାର୍ଡ ଏବଂ ପଞ୍ଚାୟତ ଅଂଚଳରେ ଅଭିଯୋଗ କାରିଙ୍କ ପାଖକୁ ପହଂଚି ଚାଉଳରମାନ ପରୀକ୍ଷଣ କରିଥିଲେ ଓ ସେ ଚାଉଳକୁ ରନ୍ଧାଇ ସେ ନିଜେ ଖାଇଥିଲେ ଏବଂ ଲୋକଙ୍କ ମନରେ ଥିବା ଭ୍ରାନ୍ତଧାରଣାକୁ ଦୂର କରାଇବାକୁ ଚେଷ୍ଟା କରିଥିଲେ l ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଭ୍ରମ ସୃଷ୍ଟି କରୁଥବା ବେରଙ୍ଗି ଚାଉଳର ସତ୍ୟତା ଏବଂ ଅଭିଯୋଗକାରୀ ଉପଭକ୍ତାଙ୍କ ବର୍ତମାନର ପିଡିଏସ ଚାଉଳକୁ ନେଇ ମତପ୍ରକାଶ ଏବଂ ଆଞ୍ଚଳିକ ମିଲରେ ମିଲିଙ୍ଗ ହେଉଥିବା ପିଡିଏସ ଚାଉଳ ଓ ତାହାର ପ୍ରକ୍ରିୟାର ଖବର ପ୍ରସାରିତ କରୀ ଭ୍ରମଦୂର କରେଇବାରେ ସହଯୋଗୀ ହେବା ପାଇଁ ଗଣମାଧ୍ୟମକୁ ଅନୁରୋଧ କରିଥିଲେ l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking