35.1 C
Bhubaneswar
Sunday, May 19, 2024
Homeଓଡିଶାବଲାଙ୍ଗିର ପହଞ୍ଚିଲା କୋସଲ ସ୍ୱାଭୀମାନ ପଦଯାତ୍ରା, ବିଭିନ୍ନ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର ପହଞ୍ଚିଲା କୋସଲ ସ୍ୱାଭୀମାନ ପଦଯାତ୍ରା, ବିଭିନ୍ନ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର : କୋସଲ ସ୍ୱାଭୀମାନ ଯାତ୍ରା ଆଜି ସକାଳୁ ବଲାଙ୍ଗିର ସହରକୁ ପହଞ୍ଚିଛି । ଏହି ଅବସରରେ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରିୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ରଙ୍କ ନେତୃତ୍ୱରେ ବଲାଙ୍ଗିର ର ବିଭୀନ୍ନ ସଂଗଠନ ସ୍ୱାଭୀମାନ ଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କୋସଲାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଭେଦ ଭାବକୁ କୋସଲ ଯୁବା ସମନ୍ୱୟ ସମିତି ଦୃଢ ନିନ୍ଦା କରିବା ସହ ଅଂଚଳବାସୀଙ୍କୁ ରାଜ୍ୟ ସରକାରଙ୍କ ଛଳନା ବିରୁଦ୍ଧରେ କୋସଲ ସ୍ୱାଭୀମାନ ଯାତ୍ରାର ଡାକରା ଦେଇଥିଲା । ଜନଜାଗରଣ ଉଦ୍ଦେଶ୍ୟରେ ଗତ ୨୩ ତାରିଖରେ ଭବାନିପାଟଣା ସ୍ଥିତ ମାଣୀକେଶ୍ୱରୀ ମନ୍ଦିରରୁ ପଦ ଯାତ୍ରା ବାହାରି ୨୮ ତାରିଖ ବରଗଡ ଗାନ୍ଧୀଛକରେ ସମାପ୍ତ ହେବା କାର୍ଯ୍ୟକ୍ରମ ରହିଛି । ସେହି କ୍ରମରେ ଆଜି ସକାଳୁ ପଦଯାତ୍ରା ବଲାଙ୍ଗିର ପହଞ୍ଚିଛି । ପଦଯାତ୍ରାକୁ କୋସଲ ସମନ୍ୱୟ ସମିତି, କୋସଲ ସନିଅର ସିଟିଜେନ ଓ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଭବ୍ୟ ସ୍ୱାଗତ କରାଯିବା ସହ ସହର ପରିକ୍ରମା କରାଯାଇଛି । ବଲାଙ୍ଗିର ରେ ମଧ୍ୟାହ୍ନ ଭୋଜନ ପରେ ପଦଯାତ୍ରା ବରଗଡ ଅଭୀମୁଖେ ବାହାରିବା ନେଇ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking