29.1 C
Bhubaneswar
Sunday, May 12, 2024
Homeଦେଶ ବିଦେଶଟଙ୍କା ଯାଚିବା ଅଭିଯୋଗରେ ସାଂସଦଙ୍କୁ ୬ ମାସ ଜେଲ

ଟଙ୍କା ଯାଚିବା ଅଭିଯୋଗରେ ସାଂସଦଙ୍କୁ ୬ ମାସ ଜେଲ

ହାଇଦ୍ରାବାଦ : ନିର୍ବାଚନ ସମୟରେ ଭୋଟ ହାତେଇବା ଲାଗି ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଜଣେ ସାଂସଦ ଓ ତାଙ୍କ ସହଯୋଗୀଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାଂସଦ ହେଉଛନ୍ତି ତେଲଙ୍ଗାନାର କବିତା ମାଲୋଥ। ୨୦୧୯ ଲୋକସଭା ନିର୍ବାଚନରେ ସେ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ଟିକଟରେ ମହବୁବାବାଦରୁ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ। ତେବେ ନିର୍ବାଚନରେ ବିଜୟୀ ହେବା ଲାଗି ସେ ଭୋଟରଙ୍କୁ ଟଙ୍କା ବାଣ୍ଟିଥିଲେ। ଟଙ୍କା ବାଣ୍ଟିବା ସମୟରେ କବିତାଙ୍କ ସହଯୋଗୀ ସୌକତ୍ ଅଲି ନିର୍ବାଚନ ଯାଞ୍ଚକାରୀ ଦଳ ହାତରେ ଧରା ପଡିଥିଲେ। ଏ ନେଇ ବୁରଗାମପଡା ଥାନାରେ ମାମଲା ରୁଜୁ କରାଯାଇଥିଲା। ମାମଲାର ଶୁଣାଣି କରି ହାଇଦ୍ରାବାଦସ୍ଥିତ ସ୍ବତନ୍ତ୍ର ଦୌରାଜଜ୍ ଅଦାଲତ କବିତା ଓ ତାଙ୍କ ସହଯୋଗୀ ସୌକତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଉଭୟଙ୍କୁ ୧୦ହଜାର ଟଙ୍କା ଜରିମାନା ଓ ୬ମାସ କାରାଦଣ୍ଡାଦେଶ ହୋଇଛି। ତେବେ ଅଦାଲତ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦଣ୍ଡାଦେଶ ବିରୋଧରେ ସେମାନେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବେ। ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଦେଶରେ ପ୍ରଥମ ଥର ପାଇଁ ଜଣେ ସାଂସଦ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ନିର୍ବାଚନ ଅଧିକାରୀମାନେ ଟଙ୍କା ବଣ୍ଟନ କରୁଥିବା ସମୟରେ ସାଂସଦଙ୍କ ସହଯୋଗୀ ସୌକତ ଅଲିଙ୍କୁ ଧରିଥିଲେ। କବିତାଙ୍କ ସପକ୍ଷରେ ଭୋଟ୍ ଦେବାଲାଗି ପ୍ରତି ଭୋଟରଙ୍କୁ ୫୦୦ ଟଙ୍କା ଦେଉଥିଲେ। ସୌକତ ଅଲିଙ୍କୁ ପୁଲିସ ଟଙ୍କା ବାଣ୍ଟିବା ମାମଲାରେ ପ୍ରଥମ ଅଭିଯୁକ୍ତ ଭାବରେ ନାମିତ କରିଥିବାବେଳେ କବିତାଙ୍କୁ ଦ୍ୱିତୀୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking