28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଭୟଙ୍କର ଭୂକମ୍ପ ପରେ ଅନ୍ତର୍ଜାତୀୟ ସହାୟତା ଲୋଡ଼ିଲା ତାଲିବାନ

ଭୟଙ୍କର ଭୂକମ୍ପ ପରେ ଅନ୍ତର୍ଜାତୀୟ ସହାୟତା ଲୋଡ଼ିଲା ତାଲିବାନ

ଆଫଗାନିସ୍ତାନ: ଆଫଗାନିସ୍ତାନରେ ବୁଧବାର ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୧ହଜାରରୁ ଅଧିକ ହୋଇଥିବାବେଳେ ୬ ଶହରୁ ଅଧିକ ଆହତ ହୋଇଛନ୍ତି । ଦୁର୍ଗମ ପାର୍ବତ୍ୟ ଅଞ୍ଚଳରୁ ଏବେ ସୂଚନା ଆସିବା ଆରମ୍ଭ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି । ସେଠାକାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ତାଲିବାନ ଅନ୍ତର୍ଜାତୀୟ ସହାୟତାକୁ ସ୍ୱାଗତ କରିବ । ଆଫଗାନିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ଫଟୋରୁ ଜଣାପଡିଛି ଯେ ଏହି ଭୂକମ୍ପରେ ବାସଗୃହଗୁଡିକ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି ।

ମୃତଦେହଗୁଡିକ ଏଣେତେଣେ ପଡ଼ିରହିଛି । ସେଠାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମଚାରୀ ଓ ସହାୟକମାନେ କହିଛନ୍ତି ଯେ ଏବେ ମଧ୍ୟ ବହୁ ସଂଖ୍ୟକ ଲୋକ ଭଙ୍ଗାରୁଜା ଅଂଶ ମଧ୍ୟରେ ଫସି ରହିଛନ୍ତି । ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ଅନେକ ଗ୍ରାମ ପାହାଡିଆ ଅଞ୍ଚଳରେ ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି । ଅନେକ ଲୋକଙ୍କୁ ମାଟି ତଳେ ପୋତି ହୋଇ ରହିଥିବା ସେଠାକାର ଗଣମାଧ୍ୟମ କହିଛି । ଇସଲାମିକ ଏମିରେଟର ଉଦ୍ଧାରକାରୀ ଦଳ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତ ତଥା ଆହତମାନଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଗତ ବର୍ଷ ଅଗଷ୍ଟରେ ଶାସନ ଭାର ସମ୍ଭାଳିଥିବା ତାଲିବାନ ନେତୃତ୍ୱାଧୀନ ସରକାର ପାଇଁ ଏତେ ବଡ ବିପତ୍ତିର ସାମ୍ନା କରିବା ସହଜ ନୁହେଁ । ତେଣୁ ତାଲିବାନ ନେତୃତ୍ୱାଧୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ଉଦ୍ଧାର କାର୍ଯ୍ୟକୁ ଆଗେଇ ନେବା ସହ ଅନ୍ତର୍ଜାତୀୟ ସହାୟତା ମିଳିଲେ ତାହା ଗ୍ରହଣ କରାଯିବ ବୋଲି କହିଛି । ଗତ ବର୍ଷ ଠାରୁ ପ୍ରତିବନ୍ଧକ ଯୋଗୁଁ ଆଫଗାନିସ୍ତାନକୁ ବହୁ ଅନ୍ତର୍ଜାତୀୟ ସହାୟତା ବନ୍ଦ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking