28.1 C
Bhubaneswar
Saturday, April 27, 2024
Homeଅପରାଧଟାଇଟ୍ ପୋଷାକ ପିନ୍ଧିଥିଲେ ବୋଲି ମହିଳାଙ୍କୁ ହତ୍ୟା କଲେ ତାଲିବାନ ଆତଙ୍କବାଦୀ

ଟାଇଟ୍ ପୋଷାକ ପିନ୍ଧିଥିଲେ ବୋଲି ମହିଳାଙ୍କୁ ହତ୍ୟା କଲେ ତାଲିବାନ ଆତଙ୍କବାଦୀ

କାବୁଲ: ଆଫଗାନିସ୍ତାନରେ ତାଲିବାନ କବ୍‌ଜା ପରେ ମହିଳାଙ୍କ ସ୍ୱାଧୀନତା କ୍ଷୁର୍ଣ୍ଣ ହେବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା ତାହା ସତ ହେବାରେ ଲାଗିଛି । ମହିଳାଙ୍କ ଉପରେ ଜୁଲମ କରିବା ଆରମ୍ଭ କରିଦେଇଛି ତାଲିବାନ । ଟାଇଟ୍ ପୋଷାକ ପିନ୍ଧିଥିବାରୁ ଜଣେ ମହିଳାଙ୍କୁ ହତ୍ୟା କରିଛନ୍ତି ତାଲିବାନୀ ଆତଙ୍କୀ ।

ରିପୋର୍ଟ ଅନୁସାରେ, ତାଲିବାନ ଅଧିନରେ ଥିବା ବଲ୍‌ଖର ସମର କ୍ୱାନ୍ଦ ଗାଁରେ ଏହି ମହିଳା ଜଣକ ଟାଇଟ୍ ପୋଷାକ ପିନ୍ଧିଥିଲେ ଓ ସାଙ୍ଗରେ କୌଣସି ପୁରୁଷ ବନ୍ଧୁ ନଥିଲେ । ଏଥିରେ ଉତ୍‌କ୍ଷୀପ୍ତ ହୋଇ ମହିଳାଙ୍କୁ ଗୁଳି କରି ହତ୍ୟା କରିଛି ତାଲିବାନ । ପୁଲିସର ସୂଚନାନୁସାରେ, ୨୧ ବର୍ଷୀୟା ମହିଳା ନାଜାନିନ୍‌ ଘରୁ ବାହାରି ମଜାର-ଏ-ସରିଫ ଯିବା ପାଇଁ ଗାଡ଼ିରେ ବସିବାକୁ ଯାଉଥିବାବେଳେ ତାଲିବାନୀ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ । ତେବେ ଆକ୍ରମଣ ସମୟରେ ମହିଳା ଜଣକ ବୁର୍ଖା ପିନ୍ଧିଥିଲେ ବୋଲି ପୁଲିସ କହିଥିବା ବେଳେ ତାଲିବାନି ନିୟନ୍ତ୍ରଣରେ ଥିବା ଆଫଗାନ ନାଗରିକ କହିଛନ୍ତି ଏମିତି ପୋଷାକ ପିନ୍ଧି ବାହାରିବାଙ୍କୁ ମହିଳାଙ୍କୁ ବାରଣ କରାଯାଇଛି ।

ଆମେରିକା ସାନ୍ୟ ପ୍ରତ୍ୟାହାର କରିବା ନେଇ ଘୋଷଣା କରିବା ପରେ ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଦେଶରେ ଗୋଟିଏ ପରେ ଗୋଟିଏ ଅଞ୍ଚଳ ତାଲିବାନୀ ଆତଙ୍କବାଦୀମାନେ ଅକ୍ତିଆର କରିବାରେ ଲାଗିଛନ୍ତି । ଆଫଗାନିସ୍ତାନ ସରକାର ମଧ୍ୟ ତାଲିବାନକୁ ସମୂଳେ ବିନାଶ କରିବା ପାଇଁ ଜୋର୍‌ସୋର୍‌ରେ ଲାଗିପଡ଼ିଛନ୍ତି । ଗତ କାଲି ଆମେରିକା ବାୟୁସେନାର ସହଯୋଗରେ ଆଫଗାନିସ୍ତାନ ସରକାର ୫୭୨ରୁ ଅଧିକ ଆତଙ୍କବାଦୀ ସଫା କରିଥିଲେ । ଏନେଇ ଆଫଗାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking