24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶବାର୍ସିଲୋନା ଛାଡିଲେ ଲିଓନେଲ ମେସି

ବାର୍ସିଲୋନା ଛାଡିଲେ ଲିଓନେଲ ମେସି

ନୂଆଦିଲ୍ଲୀ : ଖେଳ ଓ ଖେଳାଳିଙ୍କୁ ନେଇ ସମଗ୍ର ବିଶ୍ୱବାସୀ ଭାବବିହ୍ୱୋଳ ହୋଇ ପଡନ୍ତି । ଠିକ ସେହିପରି ଆଜି ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ଆଖିରେ ଲୁହ ଦେଖି ତାଙ୍କ ପ୍ରଶଂସକଙ୍କ ମନ ଦୁଃଖରେ ଫାଟି ପଡିଛି ।  ଆର୍ଜେଂଟିନାର ଏହି ଷ୍ଟାର ଖେଳାଳି କାନ୍ଦି କାନ୍ଦି ତାଙ୍କ ପ୍ରିୟ କ୍ଲବ ବାର୍ସିଲୋନା ଛାଡିଛନ୍ତି । ୧୩ ବର୍ଷରୁ ଏହି କ୍ଲବ ସହିତ ସେ ଜଡିତ ଥିଲେ । ମେସି ବାର୍ସିଲୋନା ପକ୍ଷରୁ ୨୧ ବର୍ଷରେ ୭୭୮ ମ୍ୟାଚ ଖେଳିବା ସହ ୬୭୨ ଗୋଲ ସ୍କୋର କରିଛନ୍ତି । ମେସି ୨୧ ବର୍ଷ ଧରି ଏହା ସହ ଜଡିତ ଥିଲେ । ସେ ସ୍ପାନିଶ ଲିଗରେ ୫୨୦ ମ୍ୟାଚରେ ୪୭୪ ଗୋଲ କରି ରେକର୍ଡ କରିଛନ୍ତି । ବେ ବାର୍ସିଲୋନା କ୍ଲବ ଆର୍ଥୀକ ଅନାଟନରେ ଗତି କରୁଛି । ମେସିଙ୍କ ସହ କ୍ଲବ ୨୦୧୭ରେ ୪୯୦୦ କୋଟିରେ ଚୁକ୍ତି କରିଥିଲା । ଏହାକୁ ବଜାୟ ରଖିବା କ୍ଲବ ପାଇଁ ସମ୍ଭବପର ନ ଥିଲା । ଶେଷର ନିଜ ପ୍ରିୟ ଖେଳାଳିଙ୍କ ସହ ଚୁକ୍ତି ରଦ୍ଦ କରିବା ପାଇଁ କ୍ଲବ ନିଷ୍ପତି ନେଇଛି । ମେସି ଏବେ ଫ୍ରାନ୍ସର ସେଂଟ ଜର୍ମନ ପକ୍ଷରୁ ଖେଳିବେ । କ୍ଲବ ତାଙ୍କୁ ପ୍ରତି ମାସରେ ୩୦୫ କୋଟି ଟଙ୍କା ଦେବା ପାଇଁ ଚୁକ୍ତି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking