30.1 C
Bhubaneswar
Monday, May 20, 2024
Homeଅପରାଧକୁଡ଼ିଆ ଉପରେ ଚଢ଼ିଗଲା ଟ୍ରକ୍, ଶିଶୁ ସମେତ ୮ଜଣଙ୍କର ମୃତ୍ୟୁ

କୁଡ଼ିଆ ଉପରେ ଚଢ଼ିଗଲା ଟ୍ରକ୍, ଶିଶୁ ସମେତ ୮ଜଣଙ୍କର ମୃତ୍ୟୁ

ଆମ୍ରେଲି: ଗୁଜରାଟ ଆମ୍ରେଲିର ବଧଡ଼ା ଗାଁରେ ଏକ କୁଡ଼ିଆରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣା ସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଦୁଇ ଜଣ ଶିଶୁ ମଧ୍ୟ ରହିଛନ୍ତି । ସୋମବାର ରାତି ପ୍ରାୟ ଅଢ଼େଇଟା ସମୟରେ ଟ୍ରକଟି ଭାରାସାମ୍ୟ ହରାଇ ହଠାତ କୁଡ଼ିଆ ଭିତରକୁ ପଶିଯାଇଥିଲା । ଏହି ଦୁର୍ଘଟଣା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କର ବୟସ ଯଥାକ୍ରମେ ୮ ଓ ୧୩ ହେବ ।

ମୃତକମାନେ ପୂଜାବେନ ସୋଲାଙ୍କୀ(୮), ଲକ୍ଷ୍ମୀବେନ ସୋଲାଙ୍କୀ(୩୦), ଶୁକାନବେନ ସୋଲାଙ୍କି(୧୩), ହେମ୍ରାଜଭାଇ ସୋଲାଙ୍କୀ((୩୭), ନାର୍ଶିଭାଇ ଶଙ୍ଖଲା(୬୦), ନଭଧାନଭାଇ ଶଙ୍ଖଲା(୬୫), ଭିରାମଭାଇ ରାଠୋଡ(୩୫) ଏବଂ ଲାଲଭାଇ ରାଠୋଡ଼ (୨୦) ବୋଲି ଜଣାପଡ଼ିଛି ।ଏହି ଘଟଣାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି । ଘଟଣାରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଶିଶୁ ଗୁରୁତର ଆହତ ହୋଇଛନ୍ତି ।

ଆମ୍ରେଲି ଏସ୍‌ପି ନୀର୍ଲିପ୍ତ ରାୟଙ୍କ ସୂଚନାନୁସାରେ, ଟ୍ରକଟି ରାଜକୋରୁ ଜଫ୍ରାବାଦ ଯାଉଥିଲା । ବିଳମ୍ବିତ ରାତିରେ ଟ୍ରକ ଡ୍ରାଇଭର ଜଣକ ଢୁଳେଇ ପଡ଼ିବା ପରେ ରାସ୍ତାକଡ଼ରେ ୧୦ ଜଣ ଲୋକ ଶୋଇଥିବା ଏକ କୁଟିଆ ଉପରେ ଚଢ଼ିଯାଇଥିଲା । ଆହତ ଦୁଇ ପିଲାଙ୍କୁ ଆମ୍ରେଲି ସିଭିଲ୍ ହସ୍‌ପିଟାଲ୍‌ରେ ସ୍ଥାନାନ୍ତର କରାଯାଇଛି । ଏବଂ ମୃତଦେହଗୁଡ଼ିକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking