31.1 C
Bhubaneswar
Monday, May 6, 2024
Homeଓଡିଶାମା, ଝିଅଙ୍କୁ ଉଦ୍ଧାରକଲା ସୁରଟ ପୋଲିସ

ମା, ଝିଅଙ୍କୁ ଉଦ୍ଧାରକଲା ସୁରଟ ପୋଲିସ

ପୁରୀ : ବିବାହର ପ୍ରଲୋଭନ ଦେଖାଇ ସୁରଟ ଇଚ୍ଛାପୁର ଥାନା ଅଞ୍ଚଳରୁ ଜଣେ ବିବାହିତା ମହିଳାଙ୍କୁ ଅପହରଣ କରାଯାଇଥିବାବେଳେ ତାଙ୍କୁ ଓ ତାଙ୍କ ୨ବର୍ଷର ଝିଅକୁ ନିରାକାରପୁର ଅଞ୍ଚଳରୁ ଉଦ୍ଧାର କରିଛି ଇଚ୍ଛାପୁର ପୋଲିସ। ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଡ଼ିଶାଗୋଦା ଥାନା ଦେଇପୁର ପଞ୍ଚାୟତ କାଙ୍କପୁର ଗ୍ରାମର ବିପିନ୍ ପାଟ୍ଟଶାଣୀ ଓ ତାଙ୍କ ପତ୍ନୀ ସୁନିତା ଓ ୨ ବର୍ଷର ଝିଅ ସୁରଟର ଇଚ୍ଛାପୁର ଥାନା ଅଞ୍ଚଳରେ ରହୁଥିଲେ । ତାଙ୍କ ପାଖରେ ବିପିନଙ୍କ ଗ୍ରାମର ଅନ୍ୟଜଣେ ଯୁବକ ମନୋଜ ଗୁମାନସିଂହ ମଧ୍ୟ ରହୁଥିଲେ ।

ଉଭୟ ବିପିନ ଓ ମନୋଜ ସେଠାରେ କାମ କରୁଥିବାବେଳେ ବିପିନଙ୍କ ଅନୁପସ୍ଥିତିରେ ମନୋଜ ସୁନିତାଙ୍କ ସହ ପ୍ରେମ ସମ୍ପର୍କ ଯୋଡ଼ିଥିଲେ। ବିପିନ ନିଜ କର୍ମସଂସ୍ଥାକୁ ଚାଲିଯିବା ସମୟରେ ମନୋଜ ଓ ସୁନିତାଙ୍କ ମଧ୍ୟରେ ଚାଲିଥିବା ଏହି ପ୍ରେମ ସମ୍ପର୍କ ଶେଷରେ ବିବାହ ପର୍ଯ୍ୟନ୍ତ ଯାଇଥିଲା । ଫଳରେ ଉଭୟ ବିପିନଙ୍କ କିଛି ଟଙ୍କା ଧରି ୨ବର୍ଷର ଝିଅ ସହ ଫେରାର୍ ହୋଇଯାଇଥିଲେ । ସେମାନଙ୍କ ନିଖୋଜ ସମ୍ପର୍କରେ ସ୍ଥାନୀୟ ଥାନାରେ ବିପିନ ୨୦ ଅଗଷ୍ଟରେ ଅଭିଯୋଗ କରିଥିଲେ । ପୁଲିସ ଏ ସମ୍ପର୍କରେ ତଦନ୍ତ ଜାରି ରଖିଥିବାବେଳେ ମହିଳାଙ୍କ ମୋବାଇଲ୍‌କୁ ଟ୍ରାକିଂ କରି ଜାଣିବାକୁ ପାଇଲେ ଯେ ସେମାନେ କଣାସ ଅଞ୍ଚଳରେ ଅଛନ୍ତି ।

ଫଳରେ ସୁରଟ ପୁଲିସ ଗଡ଼ିଶାଗୋଦା ଥାନା ସହ ଯୋଗାଯୋଗ କରିବାରେ ଜାଣିବାକୁ ପାଇଥିଲା ସେମାନେ ଗଡ଼ିଶାଗୋଦା ଥାନାରେ ଅଛନ୍ତି । ମନୋଜ ସୁନିତାଙ୍କୁ ଆଣି କଣାସ ଅଞ୍ଚଳରେ ତା’ ମାମୁ ଘରେ ଛାଡ଼ି ଫେରାର ହୋଇଯାଇଥିଲା । ପରେ ମାମୁଘର ଲୋକେ ମଧ୍ୟ ଉଭୟ ମା’ ଝିଅଙ୍କୁ ଘରୁ ତଡ଼ିଦେଇଥିଲେ । ଉପାୟ ନପାଇ ମହିଳା ଜଣଙ୍କ ଗଡ଼ିଶାଗୋଦା ଥାନାକୁ ଯାଇଥିଲେ ।

ସେଠାରେ ନ୍ୟାୟ ନମିଳିବାରୁ ସେ ନିରାକାରପୁର ଆସି ବଜାରରେ ଠିଆ ହୋଇଥିଲେ । ଏହି ସମୟରେ ନିରାକାରପୁର ପୋଲିସ ପାଟ୍ରୋଲିଂ କରୁଥିବାବେଳେ ମହିଳାଙ୍କୁ ଦେଖି ଥାନାକୁ ଆଣିଥିଲେ । ଅପରପକ୍ଷରେ ସୁରଟ ପୋଲିସ  ଗଡ଼ିଶାଗୋଦା ଥାନାକୁ ଯାଇ ସେମାନେ ନିରାକାରପୁର ଥାନାରେ ଥିବା ଜାଣିବା ପରେ ତାଙ୍କୁ ଉଦ୍ଧାର କରି ସୁରଟ ନେଇଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking