33.1 C
Bhubaneswar
Wednesday, April 24, 2024
Homeଓଡିଶାଟିକାରୁ ବଞ୍ଚିତ ସହରବାସୀ, ଆନ୍ଦୋଳନ ପାଇଁ ଚେତାବନୀ

ଟିକାରୁ ବଞ୍ଚିତ ସହରବାସୀ, ଆନ୍ଦୋଳନ ପାଇଁ ଚେତାବନୀ

ଗଞ୍ଜାମ : ମଙ୍ଗଳବାର ସ୍ଥାନୀୟ ଚାଚା ନେହୁରୁ ପ୍ରାଥମିକ ବିଦ୍ୟାଳୟ ଟିକା କେନ୍ଦ୍ରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ନାନା ଅବ୍ୟବସ୍ଥା କାରଣରୁ ଟିକା ପାଇଁ ଦୀର୍ଘ ସମୟ ଧରି ବହୁ ସଂଖ୍ୟକ ମହିଳା ଓ ପୁରୁଷ ଧାଡିରେ ଠିଆ ହୋଇଥିବା ବେଳେ ବିଳମ୍ବ ଜନିତ କାରଣରୁ ହୋହଲ୍ଲା ହୋଇଥିଲା । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଟିକାକେନ୍ଦ୍ରକୁ କେବଳ ଶହେ ଡୋଜ୍ ଟିକା ଆସିଥିବାରୁ ୫ଶହରୁ ଊର୍ଦ୍ଧ ମହିଳା ଓ ପୁରୁଷ ଟିକା ନପାଇ ଶେଷରେ ନିରାଶ ହୋଇ ଫେରିଥିଲେ ।

ରାଜନୈତିକ ଚାପରେ ଟିକା କେନ୍ଦ୍ରମାନଙ୍କୁ ଟିକା ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି । ଟିକା ଯୋଗାଣରେ ପାତରଅନ୍ତର ନୀତି ଅବଲମ୍ବନ କରାଯିବା ପଛରେ କିଛି ନିର୍ଦ୍ଦିଷ୍ଟ ମନ୍ଦ ଉଦ୍ଦେଶ୍ୟ ରହିଥିବା ଚର୍ଚ୍ଚା ହେଉଛି । ଦିଗପହଣ୍ଡି ବ୍ଳକ୍ ଅନ୍ତର୍ଗତ ବିଭିନ୍ନ ପଂଚାୟତ ଅଧିନ ଗାଁ ମାନଙ୍କରେ ଥିବା ଟିକା କେନ୍ଦ୍ରମାନଙ୍କୁ ଆବଶ୍ୟକ ନଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଟିକା ଉପଲବ୍ଧ ହେଉଥିବା ବେଳେ ଦିଗପହଣ୍ଡି ସହରବାସୀଙ୍କ ପାଇଁ ଟିକା କାହିଁକି ଆସୁନି ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି ।

ସହର ବାସିନ୍ଦାଙ୍କୁ ଆବଶ୍ୟକ ମୁତାବକ ପ୍ରଥମ ଡୋଜ୍ ଟିକା ତୁରନ୍ତ ଯୋଗାଣ ନହେଲେ ଆନ୍ଦୋଳନ ହେିବ ବୋଲି ଦିଗପହଣ୍ଡି ବିକାଶ ପରିଷଦର ସଭାପତି ଅଶେଷନାଥ ମିଶ୍ର, ପୂର୍ବତନ ଏନ୍‌ଏସି ନଗରପାଳ ପ୍ରଫୁଲ କୁମାର ପଣ୍ଡା, ଗଞ୍ଜାମ୍ ଜିଲ୍ଲା କଂଗ୍ରେସ୍ କମିଟି ସମ୍ପାଦକ କେ.କୁନା, ନଗର କଂଗ୍ରେସ୍ ସଭାପତି ଦୀପକ ମିଶ୍ର, ପୂର୍ବତନ କାଉନ୍‌ସିଲର୍ ଏମ୍‌.ତ୍ରିନାଥ, ଭାଜପା ନଗର କମିଟି ସଭାପତି ପ୍ରଶାନ୍ତ କୁମାର ପୂଜାରୀ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏନେଇ ଦିଗପହଣ୍ଡି ଟିକାକରଣ ଦାୟିତ୍ୱରେ ଥିବା ବମୋକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼.ବିଜୟ କୁମାର ନାୟକ ଏବଂ ବିଡିଓ ହଳଧର ଶବରଙ୍କୁ ଯୋଗାଯୋଗ କରିବାରେ ଦିଗପହଣ୍ଡି ସହରରେ ନିୟମିତ ବ୍ୟବଧାନରେ ଟିକାକେନ୍ଦ୍ର ଖୋଲାଯାଇ ଲୋକଙ୍କୁ ଟିକା ଯୋଗାଇ ଦିଆଯିବା ପାଇଁ ମନିଟରିଂ କରାଯାଉଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking