35.1 C
Bhubaneswar
Wednesday, May 8, 2024
Homeଓଡିଶାପ୍ରେମିକ ଘର ସମ୍ମୁଖରେ ଆତ୍ମହତ୍ୟା ଚେତାବନୀ ଦେଲେ ସୁରତ ଯୁବତୀ

ପ୍ରେମିକ ଘର ସମ୍ମୁଖରେ ଆତ୍ମହତ୍ୟା ଚେତାବନୀ ଦେଲେ ସୁରତ ଯୁବତୀ

ଗଞ୍ଜାମ : ଦୀର୍ଘ ୫ ବର୍ଷ ଧରି ପ୍ରେମ କରି ଆସୁଥିଲେ। ମନ୍ଦିରରେ ବିବାହ କରିଥିଲେ। ହେଲେ ଯାହାର ହାତ ଧରି ପରିବାର ଛାଡ଼ିଥିଲେ ଶେଷରେ ସେହି ପ୍ରେମିକ ପ୍ରତାରଣାର ଶିକାର ହେବାକୁ ପଡ଼ିଲା । ଏଭଳି ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡ଼ଆଗୁଳ ଗ୍ରାମର ଅରେନ୍ଦ୍ର କରଣ(୨୮)ଙ୍କ ଦ୍ବାରା ଘଟିଛି । ନ୍ୟାୟ ପାଇଁ ଗଞ୍ଜାମ ଆସି ୨୦ ଦିନ ହେଲା ମହିଳା ଥାନାଠୁ ଆରମ୍ଭ କରି କବିସୂର୍ଯ୍ୟନଗର ଥାନା ପର୍ଯ୍ୟନ୍ତ ଘୁରି ବୁଲି ନିରାଶ ହେବା ପରେ ଗୁଜୁରାଟର ସୁରତ ନିକଟ ଅମରୋଲି ଥାନା ଅଞ୍ଚଳର ମମତା ବେନ୍(୨୧) ନାମକ ଯୁବତୀ ଆଜି ଗଞ୍ଜାମ ଏସ୍‌.ପି.ଙ୍କ ଦ୍ବାରସ୍ଥ ହୋଇଥିଲେ।

ଏସ୍‌.ପି.ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍‌.ପି. ଠାକୁର ପ୍ରସାଦ ପାତ୍ରଙ୍କୁ ଭେଟି ସବୁ ବିଷୟ ଜଣାଇଥିଲେ। ଅତିରିକ୍ତ ଏସ୍‌.ପି. ଶ୍ରୀ ପାତ୍ର କହିଥିଲେ, ଯୁବକ ଜଣକ ବର୍ତ୍ତମାନ ଫେରାର୍‌ ଅଛି। ତା’ର ଖବର ବାହାର କରାଯାଉଛି। ପ୍ରତିଦିନ ଯୁବକର ବାପାଙ୍କୁ ଥାନାକୁ ଡାକି ହାଜିରା ଦେବାକୁ କୁହାଯାଇଛି। ଯୁବକର ସୂଚନା ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପାତ୍ର ଆଶ୍ବାସନା ଦେଇଥିଲେ। ଅନ୍ୟପକ୍ଷରେ ଗଞ୍ଜାମ ପୁଲିସ ନ୍ୟାୟ ନ ଦେ‌ଲେ ପ୍ରେମିକର ଘର ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଯୁବତୀ ଜଣକ ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ, ସୁରତରେ ଯୁବତୀ ମମତା ସହ ଶ୍ରମିକ ଭାବେ କାମ କରୁଥିବା ଅରେନ୍ଦ୍ରଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଶେଷରେ ବିବାହ ପାଇଁ ଉଭୟେ ନିଷ୍ପତ୍ତି ନେଇଥିଲେ। ଯୁବତୀ ଜଣକ ୭ ମାସ ତଳେ ନିଜ ଘରୁ ଫେରାର ହୋଇ ଅରେନ୍ଦ୍ରଙ୍କ ନିକଟକୁ ଚାଲି ଆସିଥିଲା। ଦୁହେଁ ଏକ ଭଡ଼ା ଘର ନେଇ ରହୁଥିଲେ। ଏହି ସଂପର୍କକୁ ମମତାଙ୍କ ପରିବାର ଲୋକେ ବିରୋଧ କରୁଥିଲେ। ହେଲେ ମମତା ନିଜ ପରିବାର ବିରୋଧରେ ଥାନାରେ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ କିଛି ମାସ ମିଶି ରହିବା ପରେ ଅରେନ୍ଦ୍ର ମମତାଙ୍କୁ ପ୍ରତାରଣା କରିଥିଲେ। ମିଛ କହି ସେ ନିଜ ଗାଁକୁ ଆସି ଏଠାରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ଯୋଜନା କରିଥିଲେ। ଏହା ଜାଣିବା ପରେ ମମତା ସୁରତରୁ ଟ୍ରେନ୍‌ରେ ଆସି ଭୁବନେଶ୍ବର ରେଳବାଇ ପୁଲିସର ସହଯୋଗ ଲୋଡ଼ିଥିଲେ। ରେଳବାଇ ପୁଲିସ ତାଙ୍କୁ ବ୍ରହ୍ମପୁର ମହିଳା ଥାନାକୁ ପଠାଇବା ପରେ ସେଠାରୁ ମମତା କବିସୂର୍ଯ୍ୟନଗର ଥାନାକୁ ଯାଇ ଘଟଣା ସଂପର୍କରେ ଅଭିଯୋଗ କରିଥିଲେ।

ମମତାଙ୍କ ଅଭିଯୋଗ କ୍ରମେ କବିସୂର୍ଯ୍ୟନଗର ପୁଲିସ ଏକ ମାମଲା ରୁଜୁ କରିବା ସହ ଯୁବତୀଙ୍କୁ ବ୍ରହ୍ମପୁର ଆଣି ସୁଧାର ଗୃହରେ ଛାଡ଼ିଥିଲେ। ଏହାସହ ମମତାଙ୍କୁ ପୁଲିସ ମାଜିଷ୍ଟ୍ରେଟ୍‌ ନିକଟରେ ହାଜର କରିବା ସହ ବୟାନ ରେକର୍ଡ଼ କରି ଡାକ୍ତରୀ ମାଇନା କରା ଯାଇଥିଲା। ହେଲେ ନ୍ୟାୟ ପାଇଁ ସୁରତରୁ ଏକୁଟିଆ ଆସିଥିବା ମମତାଙ୍କ ସବୁ ପ୍ରକାର ଉଦ୍ୟମ ବିଫଳ ହେବାରୁ ଶେଷରେ ମମତା ଆଜି ଗଞ୍ଜାମ ଏସ୍‌.ପିଙ୍କ ଦ୍ବାରସ୍ଥ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking