40.1 C
Bhubaneswar
Saturday, April 27, 2024
Homeଓଡିଶାପର୍ଯ୍ୟଟନର ନୂଆ ସମ୍ଭାବନା ‘କାଞ୍ଜିପାଣି’

ପର୍ଯ୍ୟଟନର ନୂଆ ସମ୍ଭାବନା ‘କାଞ୍ଜିପାଣି’

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ପର୍ଯ୍ୟଟନର ନୂଆ ସମ୍ଭାବନା ସୃଷ୍ଟି କରିଛି କାଞ୍ଜିପାଣିରେ ପ୍ରସ୍ତାବିତ ପ୍ରକୃତି ପର୍ଯ୍ୟଟନସ୍ଥଳୀ ବା ଇକୋ ଟୁରିଜିମ୍‌ । ଖରା, ବର୍ଷା, ଶୀତ ସମସ୍ତ ଋତୁରେ କାଞ୍ଜିପାଣିର ଶୋଭାରାଜି ବେଶ୍‌ ମନ ମୁଗ୍ଧକର ହୋଇଥିବାବେଳେ ନିକଟରେ ମୁଖ୍ୟ ଶାସନ ସଚିବ ଏ ସମ୍ବନ୍ଧିତ ସମୀକ୍ଷା ବୈଠକରେ ଏନେଇ ଆଲୋଚନା କରିବା ସହିତ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରିଥିବା ଜଣାପଡିଛି । ଶୀତ ଦିନରେ କାଞ୍ଜିପାଣିର ତାପମାତ୍ରା ଆଶାତୀତ ଭାବେ ହ୍ରାସ ପାଇ ତୁଷାରପାତ ଘଟୁଥିବାବେଳେ ବର୍ଷାଦିନେ ରାଶି ପର୍ବତମାଳାର ଶୀର୍ଷଭାଗକୁ ଛୁଇଁଯାଉଥିବା ମେଘମାଳା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ବର୍ଷ ତମାମ୍‌ ବିଭିନ୍ନ ଅଞ୍ଚଳର ଲୋକେ ଏହି ଅଞ୍ଚଳର ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବାକୁ ଛୁଟି ଆସିଥାଆନ୍ତି । ତେବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଦ୍ୟାବଧି ସେଭଳି କୌଣସି ବ୍ୟବସ୍ଥା କରାଯାଇନଥିବାବେଳେ ଏଠାରେ ପ୍ରକୃତି ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ତତ୍ପରତା ପ୍ରକାଶ ପାଇଥିବାରୁ ଏହାକୁ ନେଇ ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯଟକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

ଶୁକ୍ରବାର ପ୍ରକୃତି ପର୍ଯ୍ୟଟନକୁ ନେଇ ମୁଖ୍ୟ ଶାସନ ସଚିବ ଜଙ୍ଗଲ ଓ ପରିବେଶ ବିଭାଗ ସହିତ ଡିଜିଟାଲ ମାଧ୍ୟମରେ ସମୀକ୍ଷା କରିବା ସମୟରେ ରାଜ୍ୟରେ ନୂଆ କରି ବିକଶିତ କରାଯାଉଥିବା ୫ଟି ପ୍ରକୃତି ପର୍ଯ୍ୟଟନ ପ୍ରକଳ୍ପ ଯଥା ବରଗଡ ଜିଲ୍ଲାର ନୃସିଂହନାଥ, କୋରାପୁଟର ଦେବଦାରୁ (ପାଇନ)ବଣ, ନୂଆପଡାର ପାତୋରା ଡ୍ୟାମ୍‌, ସୁନ୍ଦରଗଡର ଟେନ୍ସା ଏବଂ କେନ୍ଦୁଝରର କାଞ୍ଜିପାଣି ଆଦିର କାର୍ଯ୍ୟାନ୍ୱୟନ ଓ ପରିଚାଳନା ନେଇ ଗୁରୁତ୍ୱାରୋପ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking