28.1 C
Bhubaneswar
Saturday, May 11, 2024
Homeଓଡିଶାସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବିନା ଓବିସି ସଂରକ୍ଷଣରେ ହେବ ପଞ୍ଚାୟତ ନିର୍ବାଚନ

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବିନା ଓବିସି ସଂରକ୍ଷଣରେ ହେବ ପଞ୍ଚାୟତ ନିର୍ବାଚନ

ନୂଆଦିଲ୍ଲୀ: ଆରକ୍ଷଣକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ କୋର୍ଟ । ମଧ୍ୟ ପ୍ରଦେଶରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ଲାଗୁ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ କୋର୍ଟ । ଆସନ୍ତା ୨ ସପ୍ତାହ ମଧ୍ୟରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ବିଗତ ୨ ବର୍ଷ ମଧ୍ୟରେ ମଧ୍ୟପ୍ରଦେଶ ପଞ୍ଚାୟତ ସ୍ତରରେ ପ୍ରାୟ ୨୩ ହଜାର ପଦ ଖାଲି ରହିଛି ।

ପ୍ରତି ୫ ବର୍ଷରେ ନିର୍ବାଚନ କରାଇବା ସରକାରଙ୍କ ସାମ୍ବିଧାନିକ ଅଧିକାର । ଏହାକୁ ପୂରଣ କରିବା ପାଇଁ ସରକାର ଉଦ୍ୟମ କରିବା ଆବଶ୍ୟକ । ଏହି ନିଷ୍ପତ୍ତି କେବଳ ମଧ୍ୟପ୍ରଦେଶ ବା ମହାରାଷ୍ଟ୍ର ପାଇଁ ନୁହେଁ ବରଂ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ମଧ୍ୟ ଲାଗୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

୬ ମେ ରେ ଏହି ମାମଲାର ବିଚାର ସମାପ୍ତ ହୋଇଥିବା ବେଳେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଓବିସି ସଂରକ୍ଷଣ ପାଇଁ ଆବଶ୍ୟକ ହେଉଥିବା ଟ୍ରିପଲ ଟେଷ୍ଟକୁ ରାଜ୍ୟ ସରକାର ପୂରଣ କରି ନଥିବାରୁ ଏହି ନିୟମ ଲାଗୁ କରାଯାଇ ପାରିବ ନାହିଁ । ତୁଳନାତ୍ମକ ଅଧ୍ୟୟନ ଦ୍ୱାରା ଆସନ୍ତା ୨୫ ମେ ସୁଦ୍ଧା ସମ୍ପୂର୍ଣ୍ଣ ତାଲିକା ପ୍ରଦାନ ପାଇଁ ରାଜ୍ୟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି କୋର୍ଟ । ବର୍ତ୍ତମାନ ଓବିସି ସଂରକ୍ଷଣ ନଦେଲେ ବିଶେଷ ଅସୁବିଧା ହେବ ନାହିଁ । ମାତ୍ର ନିର୍ବାଚନ ନ କରାଇ ରାଜ୍ୟ ସରକାର ସାମ୍ବିଧାନିକ ଅଧିକାରର ଅପବ୍ୟବହାର କରୁଛନ୍ତି । ପୂର୍ବରୁ ମହାରାଷ୍ଟ୍ରରେ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ କରାଯାଇଥିବା ବେଳେ ସମାନ ଆଧାରରେ ମଧ୍ୟପ୍ରଦେଶରେ ନିର୍ବାଚନ କରିବାକୁ କୋର୍ଟ ନିଷ୍ପତ୍ତି ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking